ETV Bharat / state

ପୁଣି ଫେରିଲେ ହାତୀପଲ, କରଞ୍ଜିଆ ବନଖଣ୍ଡରେ ବ୍ୟାପକ ଫସଲ ନଷ୍ଟ

author img

By

Published : Oct 28, 2019, 8:57 PM IST

କରଞ୍ଜିଆ ବନଖଣ୍ଡକୁ ପୁଣି ହାତୀପଲ ଫେରିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଇରଙ୍ଗପୁର

ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡକୁ ପୁଣି ଫେରିଲେ ହାତୀପଲ । 22ଟି ହାତୀ ପାଇଁ ପୂର୍ବରୁ ଚାଷଜମି ନଷ୍ଟ ହେବା ସହ ଧନଜୀବନ କ୍ଷତି ହୋଇଥିଲା । ହାତୀପଲ ପୁଣି ଫେରିବା ପରେ କରଞ୍ଜିଆ, ଯଶିପୁର ରରୁଆଁ ଓ ଶୁକ୍ରୁଳି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଥିବା ଜଣାପଡିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ରହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଇରଙ୍ଗପୁର

କରଞ୍ଜିଆ ବନବିଭାଗ ପକ୍ଷରୁ ହାତୀଙ୍କୁ ଘଉଡାଇବା ସହ ଯେପରି ଧନଜୀବନ ନଷ୍ଟ ନ ହୁଏ ସେଥିପାଇଁ ଉଦ୍ୟମ ଜାରି ରଖିଛି। ଅନ୍ୟପଟେ ହାତୀ ଭୟରେ ସ୍ଥାନୀୟ ଲୋକେ ସନ୍ଧ୍ୟା ପରେ ଘରୁ ବାହାରୁ ନଥିବାର ଦେଖିବାକୁ ମିଳିଛି। ଏହି ହାତୀପଲ ପୂର୍ବରୁ ଏକ ମାସ ପର୍ଯ୍ୟନ୍ତ କରଞ୍ଜିଆ ବନଖଣ୍ଡରୁ ଅନ୍ୟତ୍ର ଚାଲିଯିବା ପରେ ଲୋକେ ଆଶ୍ବସ୍ତି ହୋଇଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କୁ ଫେରିଲେ ପୁଣି ୨୨ ଟିକିଆ ହାତୀପଲ । ପାଖାପାଖି ମାସେ ପର୍ଯ୍ୟନ୍ତ ବାଇଶି ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ରୁ ଅନ୍ୟତ୍ର ଚାଲିଯିବା ଫଳରେ ହାତୀ ଉପଦ୍ରବ ରୁ ତ୍ରାହି ପାଇଥିଲେ ଲୋକେ। ପୁଣି କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ହାତୀ ଆତଙ୍କ। ଏହି ହାତୀ ପଲ ଉପଦ୍ରବ ଯୋଗୁଁ ମାସେ ପୂର୍ବରୁ ବହୁତ ଘରଦ୍ବାର ନଷ୍ଟ ହେବା ସହିତ ଏକର ଏକର ଚାଷଜମି ନଷ୍ଟ ଏବଂ ଧନଜୀବନ ମଧ୍ୟ କ୍ଷୟକ୍ଷତି ହୋଇଥିଲା। ତେବେ ଏହି ୨୨ ଟିକିଆ ହାତୀପଲ ଫେରି କରଞ୍ଜିଆ, ଯଶିପୁର ରରୁଆଁ ଓ ଶୁକ୍ରୁଳି ଅଞ୍ଚଳରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି। ଏ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଥିବାର ମଧ୍ୟ ଜଣାପଡିଛି। ଧାନ ପାଚି ଯାଇଥିବା ବେଳେ ହାତୀପଲ ଧାନ ଖାଇବାରେ ମାତିଛନ୍ତି। ସେପଟେ କରଞ୍ଜିଆ ବନବିଭାଗ ପକ୍ଷରୁ ହାତୀ ଘୋଉଡାଇବା ସହିତ ଯେପରି ଧନଜୀବନ ନଷ୍ଟ ନ ହୁଏ ସେ ନେଇ ଉଦ୍ୟମ ଜାରି ରଖିଛି। ଅନ୍ୟପଟେ ହାତୀ ଭୟରେ ସ୍ଥାନୀୟ ଲୋକେ ସନ୍ଧ୍ୟା ପରେ ଘରୁ ବାହାରୁ ନଥିବାର ଦେଖିବାକୁ ମିଳିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.