ETV Bharat / state

ନଦୀକୁ ଡେଇଁଲେ ପ୍ରେମିକା, ଉଦ୍ଧାର କଲେ ପ୍ରେମିକ ! - ମୟୁରଭଞ୍ଜରେ ପ୍ରେମୀକା ଡେଇଁଲେ ନଦୀର

ପ୍ରେମିକା ନଦୀରେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲା ହେଲେ ନଦୀକୁ ଡେଇଁ ପ୍ରେମିକାକୁ ଉଦ୍ଧାର କଲା ପ୍ରେମିକ । ଉଭୟଙ୍କ ମଧ୍ୟରେ ଝଗଡା କାରଣରୁ ପ୍ରେମିକା ରାଗିଯାଇ ପୋଲ ଉପରୁ ନଦୀକୁ ଡେଇଁ ପଡିଥିଲେ । ପ୍ରେମିକ ସଙ୍ଗେ ସଙ୍ଗେ ପୋଲ ଉପରୁ ତଳକୁ ଡେଇଁ ପ୍ରେମିକାର ଜୀବନ ବଞ୍ଚାଇ ଥିଲେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ନଦୀକୁ ଡେଇଁଲେ ପ୍ରେମିକା, ଉଦ୍ଧାର କଲେ ପ୍ରେମିକ

author img

By

Published : Jul 19, 2022, 7:49 PM IST

ରାଇରଙ୍ଗପୁର : ପ୍ରେମିକା ନଦୀରେ ଡେଇଁ ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର କଲା ପ୍ରେମିକ । ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଅଞ୍ଚଳରୁ ।

ନଦୀକୁ ଡେଇଁଲେ ପ୍ରେମିକା, ଉଦ୍ଧାର କଲେ ପ୍ରେମିକ !

ରରୁଆଁ ବ୍ଲକରେ କାର୍ଯ୍ୟରତ ଜନୈକ କର୍ମଚାରୀଙ୍କ ପ୍ରେମିକା ରୁହନ୍ତି ଭୁବନେଶ୍ବରରେ । ଆଜି ପ୍ରେମିକା ଭୁବନେଶ୍ୱରରୁ ମୟୁରଭଞ୍ଜ ରରୁଆଁକୁ ଯାଇଥିଲେ ପ୍ରେମିକକୁ ଦେଖା କରିବା ପାଇଁ । ତେବେ କୌଣସି କାରଣ ବଶତଃ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ପ୍ରେମିକା ଜଣଙ୍କ ରାଗିଯାଇ ରରୁଆଁ ବଜାର ଠାରୁ ୨ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଆସି ଖଇରୀଭଣ୍ଡନ ନଦୀର ପୋଲ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସେପଟେ ପ୍ରେମିକା ପଛ ପଛେ ଯାଉଥିଲେ ପ୍ରେମିକ । ପ୍ରେମିକା ନଦୀକୁ ଡେଇଁବା ପରେ ପ୍ରେମିକ ସଙ୍ଗେ ସଙ୍ଗେ ପୋଲ ଉପରୁ ତଳକୁ ଡେଇଁ ପଡିଥିଲେ । ଆଉ ଶେଷରେ ବହୁ ପରିଶ୍ରମ କରି ପ୍ରେମିକାର ଜୀବନ ବଞ୍ଚାଇଥିବା ଦେଖିବାକୁ ମିଳିଥିଲା । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କାହିଁକି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଏବଂ କାହିଁକି ପ୍ରେମିକା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.