ରାଇରଙ୍ଗପୁର: ପଣ୍ଡ ହେଲା ବସରେ ଗଞ୍ଜେଇ ଚାଲାଣ । ଡଲଫିନ ନାମକ ଏକ ଘରୋଇ ବସରୁ 49 ନମ୍ବର ଜାତୀୟ ରାଜପଥରୁ 35 କିଲୋର ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ଦୁଇ ଅଟକ ।
ସୂଚନାଅନୁସାରେ, ଶନିବାର ଡଲଫିମ ନାମକ ଏକ ଘରୋଇ ଯାତ୍ରୀବାହୀ ବସ କେନ୍ଦୁଝରରୁ କୋଲକାତା ଅଭିମୁଖେ ବାହାରି ଥିଲା । ବସରେ ଚୋରା ଭାବରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇଥିଲା । ଫଳରେ 49 ଜାତୀୟ ରାଜପଥ ଚଢ଼େଇଭୋଳ ଛକ ନିକଟରେ ବସକୁ ଅଟକାଇ ଚଢାଉ କରିଥିଲା କରଞ୍ଜିଆ ପୋଲିସ ।
ଚଢାଉରେ 35କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ଅଟକ ରଖିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଏ ଚୋରା ଚାଲାଣରେ କିଏ ସମ୍ପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାକ ତଦନ୍ତ ପାଇଁ ଡ୍ରାଇଭର ଓ ହେଲପରକୁ ପଚରାଉଚରା ଜାରି ରଖିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ