ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବଢୁଛି ନିଶା କାରବାର । ପୁଣି ଥରେ ବାରିପଦାସ୍ଥିତ କଲିକତା ବସଷ୍ଟାଣ୍ଡରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ୨ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ ।
ବାରିପଦା ଟାଉନ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ୩ ଜଣଙ୍କ ପାଖରୁ ୩ଟି ବ୍ୟାଗ ଭର୍ତ୍ତି ୧ କିଲୋ ଲେଖାଏଁ ୨୧ ପ୍ୟାକେଟ ଅର୍ଥାତ୍ ପ୍ରାୟ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ପ୍ରାଥମିକ ତଦନ୍ତରୁ ୩ ଜଣ ପଶ୍ଚିମବଙ୍ଗର ମୁର୍ସିଦାବାଦ ଅଞ୍ଚଳର ଇମ୍ରାନ ସରକାର, ମନୋଅରା ବିବି ଓ ହାସିନା ବିବି ବୋଲି ଜଣାପଡିଛି। ଟାଉନ ଥାନାରେ ମାମଲା ନମ୍ବର 998/21 ରେ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରାଯାଇଛି । ଏହା ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ