ETV Bharat / state

ଠକେଇ ମାମଲାରେ ଜେଲ ଗଲେ ଅଧ୍ୟାପକ - ରାଇରଙ୍ଗପୁର ଏସଡିଜେଏମ କୋର୍ଟ

ଠକେଇ ଅଭିଯୋଗରେ ଜଣେ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଧ୍ୟାପକଙ୍କ ନାମ ନାରାୟଣ ମହାନ୍ତ । ତାଙ୍କ ଘର କରଞ୍ଜିଆ ଥାନା ଅନ୍ତର୍ଗତ କୁଳିପୋଷି ଗ୍ରାମରେ ହୋଇଥିବା ବେଳେ ରଘୁନାଥ ମହାବିଦ୍ୟାଳୟରେ ଇତିହାସ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Aug 25, 2019, 1:09 AM IST

ରାଇରଙ୍ଗପୁର: ଚାକିରି ନାଁ ରେ ଲୋକଙ୍କୁ ଠକିଲେ ଅଧ୍ୟାପକ । ହେଲେ ବେଶୀଦିନ ଲୁଚି ରହିଲାନି ଏହି ଚୋରାବେପାର । ଶେଷରେ ପୋଲିସ ହାତରେ ଧରାପଡିଲେ ଠକ ଅଧ୍ୟାପକ । ରଘୁନାଥ ମହାବିଦ୍ୟାଳୟରେ ସେ ଇତିହାସ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଗିରଫ ଅଧ୍ୟାପକଙ୍କ ନାମ ନାରାୟଣ ମହାନ୍ତ ବୋଲି ଜଣାପଡିଛି। ତାଙ୍କ ଘର କରଞ୍ଜିଆ ଥାନା ଅନ୍ତର୍ଗତ କୁଳିପୋଷି ଗ୍ରାମରେ । ସେ ରାଇରଙ୍ଗପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କୁ ଚାକିରି କରାଇ ଦେବାକୁ କହି ଠକିଥିଲେ । ବାରମ୍ବାର ଟଙ୍କା ମାଗି ବିଫଳ ହେବା ପରେ ସେମାନେ ରାଇରଙ୍ଗପୁର ଏସଡିଜେଏମ କୋର୍ଟର ରେ ଏକ ଅଭିଯୋଗ କରିଥିଲେ ।

ଏହାପରେ କୋର୍ଟ ବାରମ୍ବାର ସମନ ଜାରି କରିଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇ ନଥିଲେ । ଫଳରେ ଶନିବାର ପୋଲିସ ତାଙ୍କୁ ଗିରଫ କରି ରାଇରଙ୍ଗପୁର କୋର୍ଟରେ ହାଜର କରାଇଥିଲା । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଆଜି ରାଇରଙ୍ଗପୁର ସବ୍ ଜେଲକୁ ପଠାଇ ଦିଆଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଠକେଇ ମାମଲାରେ ଗିରଫ ହୋଇ ଅଧ୍ୟାପକ ଗଲେ ଜେଲ। ମୟୂରଭଞ୍ଜ ଜିଲ୍ଲାରେ ଠକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,କିଏ କେତେ ବେଳେ ଚାକିରୀ କରିବା ପାଇଁ କାହା ଠାରୁ ଠକିଲାଣି ତ ଆଉ କେତେ ନକଲି IPS, RTO, IRS ଅଫିସର କହି ଲୋକଙ୍କୁ ଠକିଥିବା ନଜିର ରହିଛି ତେବେ ବିଭିନ୍ନ ସମୟରେ ଏପରି ଅଭିଯୋଗ ଆସିଥିଲେ ମଧ୍ୟ ଏବେ ଜଣେ ଅଧ୍ୟାପକ କିପରି ଲୋକଙ୍କୁ ଠକି ଏବେ ଜେଲରେ। ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କୁଳିପୋଷି ଗ୍ରାମରୁ। ଉକ୍ତ ଗ୍ରାମର ନାରାୟଣ ମହାନ୍ତ ନାମକ ଜୈନେକ ଅଧ୍ୟାପକ ରଘୁନାଥ ମହାବିଦ୍ୟାଳୟର ଯୁକ୍ତଦୁଇ ଇତିହାସ ଅଧ୍ୟାପକ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ଶ୍ରୀ ମହାନ୍ତ ବହୁ ସମୟରେ ବହୁ ଲୋକଙ୍କୁ ଚାକିରୀ କରାଇ ଦେବା ପାଇଁ ଠକିଥିଲେ ବି କେହି ତାଙ୍କ ବିରୁଦ୍ଧରେ ଆଇନ ର ଆଶ୍ରୟ ନେଇ ନ ଥିଲେ । ତେବେ ରାଇରଙ୍ଗପୁର ଅଞ୍ଚଳର କିଛି ବ୍ୟକ୍ତି ଏହି ଠକାମୀର ଶିକାର ହୋଇ ବାରମ୍ବାର ଟଙ୍କା ମାଗି ବିଫଳ ହେବା ପରେ ଶ୍ରୀ ମହାନ୍ତଙ୍କ ଠାରୁ ଏକ ଚେକ ନେଇ ତାହା ବାଉନସ କରିବା ପରେ ରାଇରଙ୍ଗପୁର ଏସଡିଜେଏମ କୋର୍ଟ ରେ ଏକ ଅଭିଯୋଗ କରିଥିଲେ । ତେବେ କୋର୍ଟ ର ବାରମ୍ବାର ସମନ ପରେ ମଧ୍ୟ କୋର୍ଟ ହାଜର ନ ହେବାରୁ ଆଜି କରଞ୍ଜିଆ ପୋଲିସ ୫୫ବର୍ଷୀୟ ନାରାୟଣ ମହାନ୍ତ ଙ୍କୁ ତାଙ୍କ ନାମରେ ଥିବା ୪ଟି ଠକେଇ ମାମଲାରେ ଗିରଫ କରି ରାଇରଙ୍ଗପୁର କୋର୍ଟକୁ ପଠାଇ ଦେଇଥିଲେ । ତେବେ ଚେକ ଠକେଇ ମାମଲାରେ ରାଇରଙ୍ଗପୁର SDJM କୋର୍ଟରୁ ଓ୍ବାରେଣ୍ଟ ଜାରି କରାଯାଇଥିଲା । ଏହାକୁ ଭିତ୍ତିକରି ଆଜି କରଞ୍ଜିଆ ପୋଲିସ ନାରାୟଣ ମହାନ୍ତ ଙ୍କୁ ଗିରଫ କରିଥିଲା ଏବଂ କୋର୍ଟ ଛୁଟିଥିବାରୁ ଅଭିଯୁକ୍ତ ଙ୍କୁ ରାଇରଙ୍ଗପୁର SDJM ଙ୍କ ବାସଭବନ କୋର୍ଟ ରେ ହାଜର କରାଇଥିଲେ । ସେଠାରୁ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଆଜି ରାଇରଙ୍ଗପୁର ସବ୍ ଜେଲକୁ ପଠାଇ ଦିଆଯାଇଛି ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.