ETV Bharat / state

ପୋଲିସ ହାତରେ ଜମି ମାଫିଆ - ଠକେଇ ଅଭିଯୋଗ

ଉଦଳା ପୋଲିସ ହାତରେ ଠକ ଯୁବକ। ଜମି ଦେବା ନାଁରେ ଲୋକଙ୍କୁ ଠାରୁ ଲକ୍ଷଲକ୍ଷ ଟଙ୍କା ଠକୁଥିଲା ଯୁବକ। ଶେଷରେ ସ୍ଥାନୀୟ ଲୋକ କାବୁ କରି ପୋଲିସର ଜିମା ଦେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Mar 27, 2019, 4:43 PM IST

Updated : Mar 27, 2019, 5:02 PM IST

ବାରିପଦା: ଜମି ଦେବା ନାଁରେ ଠକେଇ ଅଭିଯୋଗ। ଲୋକଙ୍କୁ ଠାରୁ ଲକ୍ଷଲକ୍ଷ ଟଙ୍କା ଠକିଥିବା ଏକ ଜମି ମାଫିଆକୁ ଉଦଳା ପୋଲିସ ଗିରଫ କରିଛି। ଗିରଫ ଯୁବକ ହେଲେ କପ୍ତିପଦା ଅଞ୍ଚଳର ଦେବାଶିଷ ପଟ୍ଟନାୟକ। ସେ ଜମି ଦେବା ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଜମି ଦେବା ନାଁରେ ଦେବାଶିଷ ଉଦଳା ଓ କପ୍ତିପଦା ଅଞ୍ଚଳରୁ ପ୍ରାୟ 50 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡପ କରିଛନ୍ତି। ଗତ ମଙ୍ଗଳବାର ସେ ସ୍ଥାନୀୟ ଅଙ୍ଗାରିଆ ଜଙ୍ଗଲରେ ଥିବା ଦେଖି ପୂର୍ବରୁ ଠକାମୀର ଶିକାର ହୋଇଥିବା ବିଜୟ କୁମାର ପଣ୍ଡା ଓ ଆଲୋକ କୁମାର ବେହେରା ନାମକ ଦୁଇ ଯୁବକ ତାଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ। ତେବେ ଦେବାଶିଷ ପୂର୍ବରୁ ଜମି ଦେବା ନାଁରେ 15ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 27, 2019, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.