ETV Bharat / state

ଭୟାବହ ଅଗ୍ନିକାଣ୍ଡରେ ୪ ବଖରା ଘର ଭସ୍ମୀଭୂତ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତ ମାଙ୍କଡ଼ବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଏହି ଭୟାଭୟ ଅଗ୍ନିକାଣ୍ଡରେ ମାଙ୍କଡ଼ବେଡା ଗ୍ରାମର ଭଦ୍ରାନନ୍ଦ ମହାନ୍ତଙ୍କ ୪ ବଖରା ଚାଳ ଘର ସହ ୨୦ କୁଇଣ୍ଟାଲ ଧାନ ଚାଉଳ ନଷ୍ଟ ହୋଇଯାଇଛି ।

ଅଗ୍ନିକାଣ୍ଡରେ ୪ ବଖରା ଘର ଭଷ୍ମୀଭୂତ
ଅଗ୍ନିକାଣ୍ଡରେ ୪ ବଖରା ଘର ଭଷ୍ମୀଭୂତ
author img

By

Published : Feb 1, 2021, 11:03 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତ ମାଙ୍କଡ଼ବେଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ଯୋଗୁଁ ୪ ବଖରା ଘର ଭସ୍ମୀଭୂତ ହୋଇଛି ।

ଅଗ୍ନିକାଣ୍ଡରେ ୪ ବଖରା ଘର ଭଷ୍ମୀଭୂତ

ଏହି ଭୟାଭୟ ଅଗ୍ନିକାଣ୍ଡରେ ମାଙ୍କଡ଼ବେଡା ଗ୍ରାମର ଭଦ୍ରାନନ୍ଦ ମହାନ୍ତିଙ୍କ ୪ ବଖରା ଚାଳ ଘର ସହ ୨୦ କୁଇଣ୍ଟାଲ ଧାନ ଚାଉଳ, ଲୁଗାପଟା, ବାସନ କୁସନ ସବୁ ଜଳିପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଠାକୁରମୁଣ୍ଡାରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବା ପୂର୍ବରୁ ଭଦ୍ରାନନ୍ଦଙ୍କ ବହୁ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।

ସୂଚନା ଅନୁସାରେ, ଭଦ୍ରାନନ୍ଦଙ୍କ ପରିବାର ଲୋକେ ଧାନ ସିଝାଇବା ପାଇଁ ଘର ବାହାରେ ଥିବା ଚୁଲିରେ ନିଆଁ ଲଗାଇ ଧାନ ସିଜାଉ ଥିଲେ । ପରେ ଅନ୍ୟ କାମ ପାଇଁ ଘରଲୋକ ବାହାରକୁ ଚାଲି ଯାଇଥିବା ବେଳେ ଘରେ କେହି ନଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡ କିପରି ଘଟିଲା ତାହା ସଠିକ ଜଣାପଡ଼ି ନାହିଁ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.