ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ଥାନା କଳାବାଡ଼ିଆ-ବାଙ୍ଗରିପୋଷୀ ରାସ୍ତାରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ବାରିପଦା ବନଖଣ୍ଡ ଅଫିସରେ କାର୍ଯ୍ୟରତ ବନକର୍ମଚାରୀଙ୍କ ମୃତ । ବନକର୍ମଚାରୀ ଜଣଙ୍କ ହେଲେ ବାଙ୍ଗରିପୋଷୀ ଥାନା କୃଷ୍ଣପୁର ଗାଁର ବିକର୍ତ୍ତନ ଗିରି ।
ବିକର୍ତ୍ତନ ଗିରି ଆଜି ନିଜ ଗାଁରୁ ବାରିପଦା ଅଫିସକୁ କାର୍ଯ୍ୟରେ ଯୋଗ ଦେବାପାଇଁ ଆସୁଥିଲେ । ଏହି ସମୟରେ ବେଗୁନଡିହା ନିକଟରେ ରାସ୍ତା କାମରେ ଲାଗିଥିବା ଟ୍ରାକ୍ଟର ପଛରେ ପିଟି ହୋଇଯାଇଥିଲେ । ଦୁର୍ଘଟଣା ପରେ ବନକର୍ମଚାରୀ ଜଣଙ୍କୁ ପ୍ରଥମେ ବାଙ୍ଗରିପୋଷୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ବନକର୍ମଚାରୀ ଜଣଙ୍କ ମୃତ୍ୟୁ ହୋଇଛି ।
ଦୀର୍ଘଦିନ ହେବ ରାସ୍ତା କାମ ଚାଲୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏଥିସହ ତୁରନ୍ତ ରାସ୍ତା କାମ ସାରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।
ମୟୂରଭଞ୍ଜରୁ ମୃତଞ୍ଜୟ ସେନାପତି, ଇଟିଭି ଭାରତ