ETV Bharat / state

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ଶହୀଦ ଘଟଣା, ପୁଣି ୬ ଅଭିଯୁକ୍ତ ଗିରଫ - search operation

ସୋମବାର ଶିକାରୀଙ୍କ ଗୁଳିରେ ଶହୀଦ ହୋଇଥିଲେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନା । ଗୁଳିମାଡ଼ କରିଥିବା ଆଉ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ଫରେଷ୍ଟ ଗାର୍ଡ ଶହୀଦ ଘଟଣା, ପୁଣି ୬ ଅଭିଯୁକ୍ତ ଗିରଫ

author img

By

Published : May 26, 2023, 9:24 PM IST

ରାଇରଙ୍ଗପୁର : ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କୁ ଗୁଳିମାଡ଼ ଘଟଣାରେ ପୁଣି ୬ ଜଣ ଶିକାରୀ ଗିରଫ ହୋଇଛନ୍ତି । ଗତ ସୋମବାର ଦିନ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଘଟିଯାଇଥିଲା ଏହି ଅଭାବନୀୟ ଘଟଣା । ଶିମିଳିପାଳ ଅଭୟାରଣ୍ୟର ଚାକିଡି ବିଟ୍ ଅଞ୍ଚଳରେ ବନବିଭାଗର ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଫରେଷ୍ଟ ଗାର୍ଡ ବିମଲ କୁମାର ଜେନାଙ୍କୁ ଏକୁଟିଆ ପାଇ ଶିକାରୀମାନେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ତାଙ୍କ ବାମ ପଟ ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ବିମଲ ।

ଫରେଷ୍ଟ ଗାର୍ଡ ଶହୀଦ ଘଟଣା, ପୁଣି ୬ ଅଭିଯୁକ୍ତ ଗିରଫ
ଫରେଷ୍ଟ ଗାର୍ଡ ଶହୀଦ ଘଟଣା, ପୁଣି ୬ ଗିରଫ

ଏହି ଘଟଣା ପରେ ଅଭିଯୁକ୍ତ ଶିକାରୀମାନଙ୍କୁ ଧରିବା ପାଇଁ ପୋଲିସର ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା । ବିଭିନ୍ନ ସମୟରେ ଟିମ୍ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଚଢ଼ାଉ ଜାରି ରହିଛି । ଏହି ଘଟଣାକୁ ନେଇ ପୋଲିସର ଖୋଳତାଡ଼ ଜାରି ରହିଥିବାବେଳେ କୁମ୍ବିଂ ଅପରେସନ ଚାଲିଛି । ପୋଲିସ ଓ ବନବିଭାଗର ମିଳିତ ଅପରେସନରେ ଆଉ ୬ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।

ସେମାନଙ୍କୁ ଗିରଫ କରାଯାଇ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ସେମାନଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ ଜବତ କରା ଯାଇଥିବା ସୂଚନା ମିଳିଛି । ଗୁରୁବାର ରାତିରେ ପୋଲିସ ଓ ବନବିଭାଗର ମିଳିତ ସ୍ପେଶାଲ ଟିମ୍ ଶିମିଳିପାଳ ପାଦଦେଶ ସ୍ଥିତ ଗାଁ ଗୁଡିକରେ ଅପରେସନ ଜାରି ରଖି ଅଭିଯୁକ୍ତ ଶିକାରୀମାନଙ୍କୁ ଗିରଫ କରିଥିଲା । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମର ପୂର୍ବତନ ସରପଞ୍ଚ ବୁଦ୍ଧଦେବ ସିଂ, କୁଆଳି ଗ୍ରାମର ସୁକୁଲାଲ ମାରାଣ୍ଡି ଓ ସୁନାପୋଷି ଜରଗାଡେହି ଗ୍ରାମର ଜୁଗୁଳୁ ସିଂ ।

ସେମାନଙ୍କ ନିକଟରୁ ବନ୍ଧୁକ ଓ କିଛି ଗୁଳି ମଧ୍ୟ ଜବତ କରାଯାଇଛି । ସେହିପରି ବଡ଼ସାହି ଥାନା ଅଧିନସ୍ଥ ଅଞ୍ଚଳରେ ଆଉ ୩ ଜଣ ଶିକାରୀକୁ ଗିରଫ କରିବା ସହ ୨ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ । ଶିକାରୀମାନେ ହେଲେ ବଡ଼ସାହି ଥାନା ଚମ୍ପାଗଡର ଶଙ୍କର ମଲ୍ଲିକ, ବାବୁ ଭାଂଟା ଓ ମଣ୍ଟୁ ନାଏକ । ସେମାନଙ୍କଠାରୁ ମଧ୍ୟ ବିଭିନ୍ନ ପ୍ରକାର ସାମଗ୍ରୀ ଜବତ ହୋଇଛି ।

ତଦନ୍ତରେ ବାଧା ନ ଉପୁଜିବା ନିମନ୍ତେ କିଛି ତଥ୍ୟ ଗୋପନ ରଖାଯାଇଥିବା ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ୨୨ ତାରିଖରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ଗାର୍ଡ ବିମଳ କୁମାର ଜେନାଙ୍କ ମୃତ୍ୟୁ ହେବାପରେ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶ ଗୁଡ଼ିକରେ ସର୍ଚ୍ଚ ଅପରେସନ ଜାରି ରହିଛି । ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ମୋଟ ୯ ଜଣ ଶିକାରୀଙ୍କୁ ଧରିବା ସହିତ ୧୦ଟି ଦେଶୀ ବନ୍ଧୁକ ଜବତ ହୋଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.