ETV Bharat / state

ଜମିଜମା ବିବାଦକୁ ନେଇ ବଡଭାଇ ଓ ପୁତୁରାକୁ ହତ୍ୟା କଲା ସାନଭାଇ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଛାଞ୍ଚୁଣିଆ ଗ୍ରାମରେ ଜମିଜମା ବିବାଦରୁ ଜଘନ୍ୟ ହତ୍ୟାକାଣ୍ଡ । ବଡଭାଇ ଓ ପୁତୁରାକୁ ଅତି ନିର୍ମମ ଭାବରେ ହତ୍ୟା କଲା ସାନଭାଇ । ଅଭିଯୁକ୍ତକୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ....

author img

By

Published : Nov 28, 2020, 10:26 PM IST

for dispute of land small brother murder big brother and nepnew in mayurbhanj
ଜମିଜମା ବିବାଦକୁ ନେଇ ବଡଭାଇ ଓ ପୁତୁରାକୁ ହତ୍ୟା କଲା ସାନଭାଇ

ବାରିପଦା: ଜମିବାଡିକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ । ଜମିବାଡ଼ି ବିବାଦକୁ ନେଇ ବଡଭାଇ ଓ ପୁତୁରାକୁ ଅତି ନିର୍ମମ ଭାବରେ ହତ୍ୟା କରିଛି ସାନଭାଇ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଛାଞ୍ଚୁଣିଆ ଗ୍ରାମରେ ।

ସୂଚନା ଅନୁଯାୟୀ ଛାଞ୍ଚୁଣିଆ ଗ୍ରାମର ସୁଶୀଲ କୁମାର ହେମ୍ବ୍ରମ୍ ତାର ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ୍ ଏବଂ ପୁତୁରା କୁଆଁର ହେମ୍ବ୍ରମଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ସୁଶୀଲ ଏବଂ ତାର ସାବତ ଭାଇ ଘନଶ୍ୟାମ ହେମ୍ବ୍ରମ ମଧ୍ୟରେ ଜମିବାଡିକୁ ନେଇ ବିବାଦ ରହି ଆସିଥିଲା । ହେଲେ ଗତକାଲି ସୁଶୀଲ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଘଟାଇ ବସିଲା ନାରକୀୟ କାଣ୍ଡ । ତାର ସାବତ ପୁତୁରା ବିଲକୁ ଧାନ କାଟିବାକୁ ଯାଇଥିବା ବେଳେ ସୁଶୀଲ ସେଠାରେ ପୁତୁରା କୁଆଁରକୁ ଅତି ବିଭତ୍ସ ଭାବରେ ହତ୍ୟା କରିଥିଲା । କୁଆଁରର ଗଳାକାଟି ହତ୍ୟା କରିବା ସହିତ ହତ୍ୟାକାଣ୍ଡ ସ୍ଥଳରୁ ପାଖାପାଖି ଏକ କିଲୋମିଟର ଦୂରରେ ନେଇ ଜଙ୍ଗଲ ଭିତରେ ତାର ମୃତଦେହ ଫୋପାଡି ଦେଇଥିଲା । ହେଲେ ପରିବାର ଲୋକେ ସନ୍ଧ୍ୟା ପର୍ଯ୍ୟନ୍ତ କୁଆଁରର ଖୋଜ ଖବର ନ ପାଇବାରୁ ଏନେଇ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲା ।

ପୋଲିସ୍ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସୁଶୀଲକୁ ଗିରଫ କରିବା ସହିତ ଜଙ୍ଗଲ ଭିତରୁ ପୁତୁରା କୁଆଁରର ମୃତଦେହକୁ ଜବତ କରିଛି । ତେବେ ଚାରି ଦିନ ହେବ ନିଖୋଜ ଥିବା ସାବତ ଭାଇ ଘନଶ୍ୟାମକୁ ମଧ୍ୟ ସୁଶୀଲ ହତ୍ୟା କରିଥିବା ମଧ୍ୟ ପୋଲିସ୍ ଜାଣିବାକୁ ପାଇଛି । ନିଖୋଜ ଘନଶ୍ୟାମର ମୃତଦେହ ଏ ପର୍ଯ୍ୟନ୍ତ ମିଳିନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.