ETV Bharat / state

ବାରିପଦା ସହରରେ ପଶିଲା ବନ୍ୟାଜଳ, ଆତଙ୍କିତ ଲୋକେ - ବାରିପଦା

ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଜରାଳି ଓ ସରାଳି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବାରିପଦା ସହରରେ ବନ୍ୟାଜଳ ପଶିଛି ।

flood situation
ଲଗାଣ ବର୍ଷାରେ ବାରିପଦା ସହରରେ ବନ୍ୟା ପରିସ୍ଥିତି
author img

By

Published : Aug 26, 2020, 10:32 AM IST

ବାରିପଦା: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଜରାଳି ଓ ସରାଳି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ବାରିପଦା ସହରରେ ବନ୍ୟାଜଳ ପଶିଛି ।

ଲଗାଣ ବର୍ଷାରେ ବାରିପଦା ସହରରେ ବନ୍ୟା ପରିସ୍ଥିତି

ବାରିପଦା ମ୍ୟୁନିସିପାଲିଟିର ୱାର୍ଡ ନମ୍ବର ୩,୧୦,୧୫,୧୭ ରେ ବନ୍ୟାଜଳ ପଶିଛି । ସେହିପରି ବାରିପଦା ଶୁନ ଗଡ଼ିଆ ଅଞ୍ଚଳରେ ଲୋକଙ୍କ ଘରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି । ବନ୍ୟା ସ୍ଥିତି ପରଖିବା ପାଇଁ ତହସିଲଦାର, ଅତିରିକ୍ତ ଜିଲ୍ଲାପାଳ ଘଟଣାସ୍ଥଳ ବୁଲି ଦେଖୁଛନ୍ତି। ଏପଟେ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ଦେଉଥିବା ଦେଖିବାକୁ ମିଳିଛି ।

ମଙ୍ଗଳବାର ରାତିରେ ବର୍ଷାର ପରିମାଣ ବଢିଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଜରାଳି, ସରାଳି, ବୁଢ଼ାବଳଙ୍ଗ ନଦୀର ତଳିଆ ଅଞ୍ଚଳରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.