ETV Bharat / state

ବୁଢ଼ାବଳଙ୍ଗ ଓ ଜମ୍ଭୀରାରେ ବଢୁଛି ଜଳସ୍ତର, ସଜାଗ ଅଗ୍ନିଶମ କର୍ମଚାରୀ

ଶୁକ୍ରବାର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ, ଜମ୍ଭୀରା ଓ ଗଙ୍ଗାହାର ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ, ସଜାଗ ରହିଛି ଅଗ୍ନିଶମ ବିଭାଗ । ଅଧିକ ପଢନ୍ତୁ

ବୁଢ଼ାବଳଙ୍ଗ ଓ ଜମ୍ଭୀରାରେ ବଢୁଛି ଜଳସ୍ତର
ବୁଢ଼ାବଳଙ୍ଗ ଓ ଜମ୍ଭୀରାରେ ବଢୁଛି ଜଳସ୍ତର
author img

By

Published : Aug 20, 2022, 5:19 PM IST

ବାରିପଦା: ଲଘୁଚାପ ଜନିତ ବର୍ଷା ସାଙ୍ଗକୁ ବନ୍ୟା ପରିସ୍ଥିତି ଯୋଗୁଁ ମୟୂରଭଞ୍ଜ ଜିଲ୍ଲାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ, ଜମ୍ଭୀରା ଓ ଗଙ୍ଗାହାର ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଜିଲ୍ଲାବାସୀ ।

ବୁଢ଼ାବଳଙ୍ଗ ଓ ଜମ୍ଭୀରାରେ ବଢୁଛି ଜଳସ୍ତର

ତେବେ କୌଣସି ନଦୀରେ ଏ ପର୍ଯ୍ୟନ୍ତ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରଭାବିତ ହୋଇ ନ ଥିବା ସୂଚନା ରହିଛି । ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ହୋଇ ବାରିପଦା ସହର ମଧୁବନ ଅଞ୍ଚଳରେ ପାଣି ବଢିବା ଯୋଗୁଁ ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବନ୍ୟା ସ୍ଥିତି ପରଖିବା ପାଇଁ ମୟୁରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ ନିଜେ ଯାଇ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ପରଖିଛନ୍ତି ।

ଅନ୍ୟପକ୍ଷରେ ଜମ୍ଭୀରାରେ ବନ୍ୟା ଯୋଗୁଁ ଚିତ୍ରଡା-ଅମରଦା ରୋଡ଼ ରାସ୍ତା ଭରଡ଼ାନାଡ଼ା ନିକଟରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଛି । ତେବେ ଶନିବାର ସକାଳୁ ବର୍ଷାର ପରିମାଣ କମ୍‌ ଥିଲେ ମଧ୍ୟ ନଦୀର ଜଳସ୍ତର ବୃଦ୍ଧି ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବନ୍ୟା ସ୍ଥିତିକୁ ନଜରରେ ରଖି ଅଗ୍ନିଶମ ବିଭାଗର କର୍ମଚାରୀ ସଜାଗ ରହିଥିବା କହିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.