ETV Bharat / state

ସ୍କୁଟିରେ ଯାଉଥିଲେ ଅଗ୍ନିଶମ କର୍ମୀ, ବାଟରେ ଖସି ପଡିଲା ଗଛ - ଉପରେ ଗଛପଡି ଅଗ୍ନିଶମ କର୍ମଚାରୀ ଗୁରୁତର

ଉପରେ ଗଛପଡି ଅଗ୍ନିଶମ କର୍ମଚାରୀ ଗୁରୁତର । ଏଭଳି ଘଟଣା ଘଟିଛି ବାରିପଦା ସହର ବିଜୁ ପଟ୍ଟନାୟକ ପାର୍କ ନିକଟରେ। ଅଧିକ ପଢନ୍ତୁ

ବାଟରେ ଯାଉଥିବା ବେଳେ ଉପରେ ପଡିଲା ଗଛ, ଅଗ୍ନିଶମ କର୍ମଚାରୀ ଗୁରୁତର

author img

By

Published : Jun 18, 2022, 12:44 PM IST

ବାରିପଦା: ଉପରେ ଗଛପଡି ଅଗ୍ନିଶମ କର୍ମଚାରୀ ଗୁରୁତର । ଏଭଳି ଘଟଣା ଘଟିଛି ବାରିପଦା ସହର ବିଜୁ ପଟ୍ଟନାୟକ ପାର୍କ ନିକଟରେ । ଗୁରୁତରଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ବାଟରେ ଯାଉଥିବା ବେଳେ ଉପରେ ପଡିଲା ଗଛ, ଅଗ୍ନିଶମ କର୍ମଚାରୀ ଗୁରୁତର

ସୂଚନାଅନୁସାରେ, ବାରିପଦା ସହର ଉପକଣ୍ଠରେ ରହିଥିବା ବିଜୁ ପଟ୍ଟନାୟକ ପାର୍କ ରାସ୍ତାଦେଇ ଅଗ୍ନିଶମ ବିଭାଗର କର୍ମଚାରୀ ବ୍ରଜ ମହାନ୍ତି ଏବଂ ଜଗନ୍ନାଥ ମହାନ୍ତି ଏକ ସ୍କୁଟିରେ ଯାଉଥିବା ସମୟରେ ଏକ ବିଶାଳ ବରଗଛ ହଠାତ୍ ପଡିଯାଇଥିଲା । ଫଳରେ ସ୍କୁଟି ଭାଙ୍ଗି ଚୁରମାର ହୋଇଯିବା ସହ ବ୍ରଜ ମହାନ୍ତି ଗଛ ତଳେ ଚାପି ହୋଇ ରହି ଯାଇଥିଲେ । ଦମକଳ ବାହିନୀ ଏବଂ ସ୍ଥାନୀୟଲୋକଙ୍କ ସହାୟତାରେ ଗଛକୁ କଟାଯାଇ ବ୍ରଜ ମହାନ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ସୌଭାଗ୍ୟବଶତଃ ଜଗନ୍ନାଥ ମହାନ୍ତିଙ୍କର କୌଣସି କ୍ଷତି ହୋଇଥିବା ବେଳେ ବ୍ରଜ ମହାନ୍ତିଙ୍କ ଦୁଇଟି ଗୋଡ ଭାଙ୍ଗିଯିବା ସହ ସ୍କୁଟି ଭାଙ୍ଗି ଚୁରମାର ହୋଇଯାଇଛି । ଉଦ୍ଧାର ପରେ ଅଗ୍ନିଶମ ବିଭାଗର କର୍ମଚାରୀ ବ୍ରଜ ମହାନ୍ତିଙ୍କୁ ଚିକିତ୍ସା ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.