ETV Bharat / state

Shimilipal forest fire: ଶିମିଳିପାଳରେ ବଢୁଛି ନିଆଁ ପ୍ରକୋପ, ଏକର ଏକର ଜଙ୍ଗଲ ଛାରଖାର - ଜଳୁଛି ଶିମିଳିପାଳ

ଶିମିଳିପାଳ ଜଙ୍ଗଲରେ ବଢୁଛି ନିଆଁର ପ୍ରକୋପ । ଅଭୟାରଣ୍ୟରେ ମୋଟ ୫୪ଟି ପଏଣ୍ଟରେ ଲାଗିଛି ନିଆଁ । ଅଧିକ ପଢନ୍ତୁ

Shimilipal forest fire
Shimilipal forest fire
author img

By

Published : Mar 5, 2023, 11:03 AM IST

Shimilipal forest fire

ରାଇରଙ୍ଗପୁର: ଖରାଦିନ ଆରମ୍ଭ ନହେଉଣୁ ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ । ନିଆଁର ଆଁରେ ପୋଡି ପାଉଁଶ ହୋଇଯାଉଛି ସବୁଜିମା । ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ନିଆଁର ପ୍ରକୋପ ବଢୁଛି । ଅଭୟାରଣ୍ୟରେ ମୋଟ ୫୪ଟି ପଏଣ୍ଟରେ ନିଆଁ ଲାଗିଛି । ବିଶେଷକରି ଉତ୍ତର ଶିମିଳିପାଳର ଚହଲା, ତାଳବନ୍ଧ, ବରେଇପାଣି ଠାକୁରମୁଣ୍ଡା ପ୍ରଭୃତି ରେଞ୍ଜ ଅଞ୍ଚଳରେ ଥିବା ୪୪ଟି ପଏଣ୍ଟରେ ନିଆଁ ଲାଗିଥିବାବେଳେ ଦକ୍ଷିଣ ଶିମିଳିପାଳରେ ୧୦ଟି ପଏଣ୍ଟରେ ନିଆଁ ଲାଗିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନିଆଁ ଲାଗିବା ଯୋଗୁଁ ଶିମିଳିପାଳ ଜୈବ ମଣ୍ଡଳ ବିପଦରେ ପଡିଛି । ଏକର ଏକର ଜଙ୍ଗଲ ଜଳିପୋଡ଼ି ଛାରଖାର୍ ହୋଇଯାଉଛି । ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇ ଯାଉଥିବାବେଳେ ନିଆଁର ପ୍ରକୋପ ବଢିବା ଦ୍ୱାରା ପାଇଁ ଶିମିଳିପାଳର ଆଖପାଖ ଅଞ୍ଚଳର ପରିବେଶ ଓ ଅଭୟାରଣ୍ୟ ଭିତରେ ଥିବା ଜୀବଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜଙ୍ଗଲ ନିଆଁରୁ ଆୟତ୍ତ କରିବା ପାଇଁ ବନବିଭାଗ ବିଭିନ୍ନ ପ୍ରକାର ପ୍ରାକ୍ ପ୍ରସ୍ତୁତି ସହ ସଜାଗ ରହିଥିଲେ ମଧ୍ୟ ଏତେମାତ୍ରାରେ ଜଙ୍ଗଲ ଜଳିବା ଏବେ ବିଭାଗର ପାରଦର୍ଶିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ନିଆଁ ଲିଭାଇବା ପାଇଁ ବନବିଭାଗର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ତଥାପି ବନାଗ୍ନି ଆୟତ୍ତ କରି ପାରୁନାହାନ୍ତି । ଯେଉଁ କାରଣରୁ ନିଆଁ ଲାଗି ଏକର ଏକର ଜଙ୍ଗଲ ଜଳି ପୋଡ଼ି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହଡକୁ ଡେଉଁଛି ନିଆଁ । ବହୁ ବଡ଼ ବଡ଼ ଗଛ ସହିତ ଔଷଧୀୟ ଗଛ ସବୁ ଜଳି ପୋଡ଼ି ପାଉଁଶ ହୋଇଯାଉଛି ।

ଏନେଇ ଉତ୍ତର ଶିମିଳିପାଳର ଡିଭିଜନର ଉପନିର୍ଦ୍ଦେଶକ ଡ଼ ସାଇ କିରଣଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଥିଲେ, ଯେହେତୁ ଖରାର ପ୍ରକୋପ ବଢୁଛି ଓ ପରିବେଶ ମଧ୍ୟ ଶୁଷ୍କ ରହିଛି ତେଣୁ ଜଙ୍ଗଲରେ ନିଆଁ ଲାଗୁଛି । ତେବେ ଏତେ ସବୁ ପରେ ମଧ୍ୟ ସବୁକିଛି ଆୟତ୍ତରେ ରହିଥିବା ସେ ସଫେଇ ଦେଇଛନ୍ତି । ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡ଼ିଭିଜନର ପ୍ରତି ରେଞ୍ଜରେ ୨୦ ଜଣ କର୍ମଚାରୀଙ୍କୁ ନେଇ ଗୋଟିଏ ଗୋଟିଏ ଟିମ୍ ଗଠନ କରାଯାଇ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଏହି ଡ଼ିଭିଜନର ଏସିଏଫ ଯଦୁମଣି କେରକେଟା ଜଣାଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.