ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ରକ୍ତ ଭଣ୍ଡାରରେ ଅଗ୍ନିକାଣ୍ଡ । କୌଣସି ଜୀବନ ହାନି ଘଟି ନ ଥିବାବେଳେ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ଇଲେକ୍ଟ୍ରିକ୍ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ଆଜି(ଶୁକ୍ରବାର) ରକ୍ତ ଭଣ୍ଡାର କମ୍ପ୍ୟୁଟର ରୁମରେ ଧୂଆଁ ଦେଖି ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଳ୍ପ ସମୟ ମଧ୍ୟରେ ବାରିପଦା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । AC, କମ୍ପ୍ୟୁଟର ଓ କିଛି ଆସବାବପତ୍ର ପୋଡିଯାଇଥିବା ଜଣାପଡିଛି । ତେବେ ରକ୍ତଭଣ୍ଡାରରେ ରକ୍ତ ରହୁଥିବା ସ୍ଥାନରେ କୌଣସି କ୍ଷତି ହୋଇନାହିଁ । ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ପରେ କେତେ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ତାହା ସ୍ପଷ୍ଟ ହେବ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ