ETV Bharat / state

ଧାନ ଗଦାରେ ନିଆଁ, ଲକ୍ଷାଧିକ ଟଙ୍କାର ଧାନ ଜଳିପୋଡି ପାଉଁଶ

ଧାନଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପାଉଁଶ। ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ଲୁହାକାନି ଗ୍ରାମପଞ୍ଚାୟତରେ ଘଟିଛି। ଅଧିକ ଖବର ପଢନ୍ତୁ...

author img

By

Published : Dec 30, 2019, 1:19 PM IST

_fire breaks
ଧାନ ଗଦାରେ ନିଆଁ, ଲକ୍ଷାଧିକ ଟଙ୍କାର ଧାନ ଜଳିପୋଡି ପାଉଁଶ

ରାଇରଙ୍ଗପୁର: ହୁତୁହୁତୁ ହୋଇ ଜଳୁଛି ଧାନ ଗଦା । ନିଆଁରେ ଜଳିପୋଡି ପାଉଁଶ ହୋଇଯାଇଛି ଲକ୍ଷାଧିକ ଟଙ୍କାର ଧାନ। ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ଲୁହାକାନି ଗ୍ରାମପଞ୍ଚାୟତରେ ଘଟିଛି।

ତେବେ ଗ୍ରାମର ଶମ୍ଭୁନାଥ ବିନ୍ଧାଣିଙ୍କ ଖଳାରେ ଥବା ୯ ଟ୍ରାକ୍ଟରରୁ ଊର୍ଦ୍ଧ୍ବ ଗଚ୍ଛିତ ଧାନଗଦାରେ ନିଆଁ ଲାଗି ଧାନ ଜଳିପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି। ଖବର ପାଇ ବିଶୋଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚିଲାବେଳକୁ ସମ୍ପୂର୍ଣ୍ଣ ଧାନ ଗଦା ଜଳିପୋଡି ପାଉଁଶ ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ମଧ୍ୟ ନିଆଁକୁ ଆୟତ୍ତ କରିବାକୁ ବିଫଳ ହୋଇଥିଲେ।

ତେବେ କ୍ଷୟକ୍ଷତିର ଆକଳନ ଲକ୍ଷାଧିକ ଟଙ୍କା ହେବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆକ୍ରୋଶମୂଳକ ଭାବେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ଗୁରୁତର ସହ ନେଇ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଭସ୍ମୀଭୂତ ଧାନର କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହୋଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

Intro:ରାଇରଙ୍ଗପୁର : ଧାନ ଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଜଳିପୋଡି ପାଉଁଶ। ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ଲୁହାକାନି ଗ୍ରାମପଞ୍ଚାୟତ ଅଧିନ ମାଣିଚ ଗ୍ରାମର ଶମ୍ଭୁନାଥ ବିନ୍ଧାଣି ଙ୍କ ଖଳାରେ ଥବା ୯ ଟ୍ରାକ୍ଟରରୁ ଉର୍ଦ୍ଧ୍ବ ଗଚ୍ଛିତ ଧାନଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଜଳିପୋଡି ପାଉଁଶ ହୋଇ ଯାଇଥିବା ଜଣାପଡିଛି। ଖବର ପାଇ ବିଶୋଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚିଲା ବେଳକୁ ସମ୍ପୁର୍ଣ୍ଣ ଧାନ ଗଦା ଜଳିପୋଡି ପାଉଁଶ ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ମଧ୍ୟ ନିଆଁକୁ ଆୟତ୍ତ କରିବାକୁ ବିଫଳ ହୋଇଥିଲେ। ତେବେ କ୍ଷୟକ୍ଷତି ର ଆକଳନ ଲକ୍ଷାଧିକ ଟଙ୍କା ହେବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆକ୍ରୋଶମୁଳକ ଭାବେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଭସ୍ମୀଭୂତ ଧାନର କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନକରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.