ETV Bharat / state

ଜଳିଗଲା ଚଳନ୍ତା ମାରୁତି ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - reason unknown

ମୟୁରଭଞ୍ଜ ରାଇରଙ୍ଗପୁରରେ ଚଳନ୍ତା ମାରୁତି ଭ୍ୟାନରେ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା। । କିନ୍ତୁ ଗାଡିରେ ଥିବା ସମସ୍ତ ଯାତ୍ରୀ ଠିକ ସମୟରେ ଗାଡିରୁ ଓହ୍ଲାଇ ପଡିଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର
author img

By

Published : Aug 5, 2019, 7:19 PM IST

ରାଇରଙ୍ଗପୁର: ଜଳିଗଲା ଚଳନ୍ତା ମାରୁତି ଭ୍ୟାନ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ନିଶ୍ଚିନ୍ତପୁର ଗ୍ରାମ ନିକଟରେ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ, ସୋମବାର ଏକ ମାରୁତି ଭ୍ୟାନରେ ପାଞ୍ଚ ଜଣ ଯାଉଥିବା ସମୟରେ କୌଣସି କାରଣରୁ ଚଳନ୍ତା ଭ୍ୟାନରେ ନିଆଁ ଲାଗି ଯାଇଥିଲା । ଗାଡିରେ ବସିଥିବା ଲୋକେ ତୁରନ୍ତ ଓହ୍ଲାଇ ପଡ଼ିବାରୁ ସେମାନଙ୍କ ଜୀବନ ରକ୍ଷା ହୋଇଛି ।

ନିଆଁରେ ମାତ୍ରା ଏତେ ପ୍ରଖର ଥିଲା ଯେ ଦେଖୁଦେଖୁ ନିଆଁ ସମ୍ପୂର୍ଣ୍ଣ ମାରୁତି ଭ୍ୟାନକୁ ବ୍ୟାପିଯାଇ ଗାଡିଟି ସମ୍ପୁର୍ଣ୍ଣ ଭାବେ ଜଳିଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ବିଫଳ ହେବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ମାତ୍ର ଭ୍ୟାନଟି ସମ୍ପୁର୍ଣ୍ଣ ଜଳି ଯାଇଥିଲା । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ମୃତାହତ ହୋଇ ନାହାନ୍ତି ।

ଏପଟେ ଭ୍ୟାନର ଚାଳକ ଓ ଯାତ୍ରୀମାନେ ଘଟଣାସ୍ଥଳରୁ ପଳାଇଥିବାରୁ ପ୍ରକୃତରେ ଭ୍ୟାନଟି କାହାର ତାହା ମଧ୍ୟ ଜଣାପଡ଼ିନାହିଁ। ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ହୁତୁହୁତୁ ହୋଇ ଜଳିଗଲା ମାରୁତି ଭ୍ୟାନ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ନିଶ୍ଚିନ୍ତପୁର ଗ୍ରାମ ନିକଟରେ। ସୂଚନା ଅନୁଯାୟୀ BR16K6098 ନଂ ବିଶିଷ୍ଟ ଏକ ମାରୁତି ଭ୍ୟାନ ରେ ଚାରି ପାଞ୍ଚ ଜଣ ଲୋକ ଯାଉଥିବା ସମୟରେ କୌଣସି କାରଣରୁ ଚଳନ୍ତା ଭ୍ୟାନ ରେ ନିଆଁ ଲାଗି ଯାଇଥିଲା। ଫଳରେ ଗାଡିରୁ ଅହ୍ଲାଇ ପଡ଼ି ସେମାନେ ନିଜ ଜୀବନ ରକ୍ଷା କରିଥିଲେ। ନିଆଁ ବ୍ୟାପି ଯିବାରୁ ମାରୁତି ଭ୍ୟାନ ଟି ହୁତୁହୁତୁ ହୋଇ ସମ୍ପୁର୍ଣ୍ଣ ଭାବେ ଜଳିଯାଇଥିଲା। ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ କିନ୍ତୁ ଅଗ୍ନିଶମ ବିଭାଗ କର୍ମଚାରୀ ଆସିଲା ବେଳକୁ ଭ୍ୟାନ ଟି ସମ୍ପୁର୍ଣ୍ଣ ଜଳି ଯାଇଥିଲା। ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଏ ଘଟଣା ରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ତା ସହିତ ଭ୍ୟାନ ର ଚାଳକ ଓ ଯାତ୍ରୀ ମାନେ ଘଟଣାସ୍ଥଳରୁ ପଳେଇ ଯାଇଥିବାରୁ କାହାର ଗାଡ଼ି ତାହା ମଧ୍ୟ ଜଣା ପଡ଼ିନାହିଁ। ସେପଟେ ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ନଥିବା ଜଣାପଡିଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.