ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲା 6 ବଖରା ଘର: ସୁନା ଗହଣା ସମେତ ଧାନଚାଉଳ ପୋଡି ପାଉଁଶ

ଶନିବାର ବିଳମ୍ବିତ ରାତିରେ ମୟୂରଭଞ୍ଜର ଆଣୁଆଁ ଗ୍ରାମର ସୀତାମଣି ସରେନ ଓ ବାସୁଦେବ ମାର୍ଣ୍ଡିଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଯାହାଫଳରେ 6 ବଖରା ଘର ସହ ଗୋଟିଏ ବାଇକ, 3ଟି ସାଇକେଲ, ନଗଦ ଏକ ଲକ୍ଷ ଟଙ୍କା ସହ ସୁନା ଗହଣା ଓ ଧାନ ଚାଉଳ ଆଦି ଜଳିପୋଡି ପାଉଁଶ ହୋଇଯାଇଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : May 12, 2019, 2:54 PM IST

ମୟୂରଭଞ୍ଜ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଦୁଇଟି ପରିବାରର 6 ବଖରା ଘର । ଏଥିସହ ଗୋଟିଏ ବାଇକ, 3 ଟି ସାଇକେଲ, ନଗଦ ଲକ୍ଷାଧିକ ଟଙ୍କା ସହ ସୁନା ଗହଣା, ଧାନ ଚାଉଳ ଆଦି ଜଳିପୋଡି ପାଉଁଶ ହୋଇଯାଇଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଆଣୁଆଁ ଗ୍ରାମରେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ମୟୁରଭଞ୍ଜ

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ମୟୂରଭଞ୍ଜର ଆଣୁଆଁ ଗ୍ରାମର ସୀତାମଣି ସରେନ ଓ ବାସୁଦେବ ମାର୍ଣ୍ଡିଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଏହାପରେ ପରିବାର ଲୋକେ ଜୀବନ ବଞ୍ଚାଇବାକୁ ଯାଇ ଘରୁ ବାହାରି ଆସିଥିଲେ କିନ୍ତୁ ଘରେ ଥିବା ଆସବାବପତ୍ର ଆଦିକୁ ବଞ୍ଚାଇ ପାରିନଥିଲେ । ଯାହାଫଳରେ ଛଅ ବଖରା ଘର ସହ ଗୋଟିଏ ବାଇକ, 3 ଟି ସାଇକେଲ, ନଗଦ ଏକ ଲକ୍ଷ ଟଙ୍କା ସହ ସୁନା ଗହଣା ଓ ଧାନ ଚାଉଳ ଆଦି ଜଳିପୋଡି ପାଉଁଶ ହୋଇଯାଇଛି ।

ତେବେ ଖବର ପାଇ ଚିତ୍ରଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏପଟେ ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରବର୍ଗକୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

PRABIR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.