ETV Bharat / state

ଶୋଇଥିଲେ ଘରେ ଲାଗିଲା ନିଆଁ, ଜଣେ ଜୀବନ୍ତ ଦଗ୍ଧ

author img

By

Published : Mar 30, 2022, 9:44 AM IST

Updated : Mar 30, 2022, 10:00 AM IST

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ନବକିସନପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଛନ୍ତି । ଅଧିକ ପଢନ୍ତୁ...

ଶୋଇଥିଲେ ଘରେ ଲାଗିଲା ନିଆଁ, ଜଣେ ଜୀବନ୍ତ ଦଗ୍ଧ
ଅଗ୍ନିକାଣ୍ଡରେ ଜଳିଗଲା ଘର, ବ୍ୟକ୍ତି ଜୀବନ୍ତ ଦଗ୍ଧ

ବାରିପଦା: ଭୟାବହ ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ନବକିସନପୁର ଗ୍ରାମରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । ଘରେ ଶୋଇଥିବା ସମୟରେ ନିଆଁ ଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି ବ୍ୟକ୍ତି । ମୃତକ ହେଲେ ନବକିସନପୁର ଗ୍ରାମର କୁଅଁର ଟୁଡୁ(୪୮) ।

ଶୋଇଥିଲେ ଘରେ ଲାଗିଲା ନିଆଁ, ଜଣେ ଜୀବନ୍ତ ଦଗ୍ଧ

ସୂଚନା ଅନୁଯାୟୀ, କୁଅଁର ଟୁଡୁ ଗତକାଲି(ମଙ୍ଗଳବାର) ଘରେ ଶୋଇଥିବା ବେଳେ ହଠାତ୍‌ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା । ଆକସ୍ମିକ ଅଗ୍ନିକାଣ୍ଡରେ ଘର ଜଳିପୋଡି ପାଉଁଶ ହୋଇଯିବା ସହ ବ୍ୟକ୍ତି ଜଣକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଖବର ଅନୁଯାୟୀ, ପତ୍ନି ଗାଁ ଭିତରକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ନିଆଁ ଲାଗିବା ଖବର ପାଇ ଖୁଣ୍ଟା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 30, 2022, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.