ETV Bharat / state

ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

ଗତ ସୋମବାର ମଧ୍ୟାହ୍ନ ପ୍ରାୟ 2ଟା ସମୟରେ ଏକ ଆକ୍ସିସ ବ୍ୟାଙ୍କ ଏଟିଏମରେ ନିଆଁ ଲାଗିଯାଇଥିଲା। ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର
author img

By

Published : Feb 26, 2019, 2:48 PM IST

ରାଇରଙ୍ଗପୁର: ଏଟିଏମରେ ଅଗ୍ନିକାଣ୍ଡ । ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଧିନସ୍ଥବଜାରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମରେ ନିଆଁ ଲାଗିଥିବା ଜଣାପଡିଛି। ସୋମବାର ମଧ୍ୟାହ୍ନ ପ୍ରାୟ 2ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏଟିଏମ କୋଠରୀରେ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କ୍ଷୟକ୍ଷତିର ସଠିକ୍ ପରିମାଣ ଆକଳନ କରାଯାଇ ନଥିବାବେଳେ ଏଟିଏମ କୋଠରିର ସିଲିଂ,ଶୀତ ତାପ ନିୟନ୍ତ୍ରିତ ଯନ୍ତ୍ର ଏସି ଜଳି ଯାଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ତେବେ ନିଆଁକୁ ଆୟତ୍ତ କରିବା ପରେ ଅଗ୍ନିଶମ ବିଭାଗ ବହଳଦା ପୋଲିସକୁ ଖବର ଦେଇଥିଲେ। ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

SLUG-DEER RESCUE
AVO-MRUTYUNJAY SENAPATI,MAYURBHANJ
DATE-25.02.2019
ANCHOR- ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଟିକାୟତପୁର କେନାଲ ରୁ ହରିଣ ଛୁଆ ଉଦ୍ଧାର। ଆଜି କେନାଲରେ ଏକ ହରିଣ ଛୁଆ ଭାସୁଥିବା ଦେଖିଥିଲେ ଗ୍ରାମବାସୀ। ହରିଣ ଛୁଆ କୁ କେନାଲ ରୁ ଉଦ୍ଧାର କରିବା ପରେ ବନ ବିଭାଗ କୁ ଖବର ଦେଇଥିଲେ । ଉଦ୍ଧାର ହୋଇଥିବା ହରିଣ ଛୁଆ କୁ ବନ ବିଭାଗ ପ୍ରାଥମିକ ଚିକିତ୍ସା କରାଇବା ପରେ ଶିମିଳିପାଳ ଅଭୟାରଣ୍ୟ ରେ ଛାଡି ଦେଇଅଛି। ହରିଣ ଛୁଆ ଟି ଶିମିଳିପାଳ ଅଭୟାରଣ୍ୟ ରୁ ବାହାରି ଆସି ଥିବା ଅନୁମାନ କରାଯାଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.