ETV Bharat / state

ଅନୈତିକ ସମ୍ପର୍କ: ଯୁବକଙ୍କୁ ଗଛରେ ବାନ୍ଧି ପିଟି ପିଟି ହତ୍ୟା, ବାପ-ପୁଅ ଗିରଫ

author img

By

Published : Apr 25, 2023, 10:33 PM IST

ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକର କେନ୍ଦୁଛାଟିଆ ଗ୍ରାମରେ ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜନୈକ ଯୁବକଙ୍କୁ ପିଟିପିଟି ହତ୍ୟା। ଅଧିକ ପଢନ୍ତୁ

father and son kill young man
father and son kill young man
father and son kill young man

ରାଇରଙ୍ଗପୁର: ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜନୈକ ଯୁବକଙ୍କୁ ପିଟିପିଟି ହତ୍ୟା। ତେବେ ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ତଥା ବେତନଟୀ ଥାନା ଅଧିନ ଭାଲିଆ ପଞ୍ଚାୟତର କେନ୍ଦୁଛାଟିଆ ଗ୍ରାମରେ ଘଟିଥିବା ଜଣାପଡିଛି। ସେହି ଗ୍ରାମରେ ଜାସାୟ ଟୁଡୁ ଏବଂ ତାଙ୍କ ପୁଅ ବାପୁନ ଟୁଡୁ ଜନୈକ ଯୁବକଙ୍କୁ ଏକ ଗଛରେ ବାନ୍ଧି ରଖି ରାତି ତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ପିଟିଥିଲେ। ଜସାୟ ଟୁଡୁ ଙ୍କ ସ୍ତ୍ରୀଙ୍କ ସହିତ ସୁନାରାମ ଟୁଡୁ ନାମକ ଜନୈକ ଯୁବକ ଅନୈତିକ ସମ୍ପର୍କ ରଖିଥିବା ଜସାୟ ଏବଂ ତାଙ୍କ ପୁଅ ଜାଣି ପାରିଥିଲେ। ତାପରେ ବାନ୍ଧି ଆଣି ଗଛରେ ବାନ୍ଧି ପିଟି ପିଟି ଜୀବନରୁ ମାରି ଦେଇଥିବା ଜଣାପଡିଛି।

ଏଠାରେ ସୂଚନାଯୋଗ୍ୟ ଯେ , ଗତ ସୋମବାର ଉକ୍ତ ଗ୍ରାମରେ ଜାହୀରା ପୂଜା ଚାଲିଥିଲା ଏବଂ ପୂଜା ପରେ ପାରମ୍ପରିକ ନୃତ୍ୟ ଚାଲିଥିଲା । ଏହି ସମୟରେ ସୁରେଇଡ଼ିହି ପଞ୍ଚାୟତ ଗଣ୍ଡିଗୋଧା ଗ୍ରାମର ସୁନାରାମ ଟୁଡୁ (୨୫) ଜାସାୟ ଙ୍କ ସ୍ତ୍ରୀ ସହିତ ନାଚୁଥିବା ସ୍ଥାନରେ କେଉଁ ଆଡ଼େ ଚାଲି ଯାଇଥିଲେ। ତେବେ ଜାସାୟଙ୍କୁ ସନ୍ଦେହ ହେବାରୁ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ଘରକୁ ଯାଇ ଦେଖିଲା ବେଳକୁ ଦୁହେଁ ଅନୈତିକ କାର୍ଯ୍ୟରେ ଲିପ୍ତ ରହିଛନ୍ତି। ଏହା ଦେଖି ଦୁହେଁ ସୁନାରାମଙ୍କୁ ଧରି ଆଣି ଘରପାଖ ଏକ ଜାଲାହି ଗଛରେ ଏକ ଦଉଡିରେ ବାନ୍ଧି ରଖି ରାତି ତମାମ କାଠ ଫାଳିଆ ଏବଂ ବାଉଁଶ ବାଡ଼ି ରେ ନିସ୍ତୁକ ପିଟିପିଟି ଜୀବନରୁ ମାରି ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ-କାଳିଆଗଞ୍ଜ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଥମୁନି ହିଂସା: ଥାନା ଜାଳି ଦେଲେ ଆନ୍ଦୋଳନକାରୀ

ଏହାଦେଖି ସକାଳୁ ଗ୍ରାମବାସୀ ଉତ୍ୟକ୍ତ ହୋଇ ଉଭୟ ବାପ ଏବଂ ପୁଅ କୁ ବାନ୍ଧି ଦେଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବେତନଟୀ ଏସ ଡ଼ି ପି ଓ ସୁଦର୍ଶନ ଦାସଙ୍କ ସହିତ ବେତନଟୀ ଆଇ ଆଇ ସି ସସ୍ମିତା ମହାନ୍ତ, ବାରିପଦା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜାସାୟ ଏବଂ ତାଙ୍କ ପୁଅ ବାପୁନ ଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିଲେ । ତଦନ୍ତ ପରେ ମୃତଦେହ କୁ ଜବତ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ପଠାଯାଇଥିଲା। ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବା ସହିତ ଅଭିଯୁକ୍ତ ବାପ ଓ ପୁଅ ଦୁହେଁ ପିଟି ପିଟି ମାରିଥିବା ସ୍ବିକାର କରିବାରୁ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.