ମୟୂରଭଞ୍ଜ: ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାର ଜୀବନ । ଏଭଳି ଘଟଣା ଘଟିଛି ସ୍ଥାନୀୟ ଉଦଳା ଥାନା ଅନ୍ତର୍ଗତ ଉଦଳା ଏନଏସିର ୬ ନଂ ୱାର୍ଡରେ । ପାଖରେ ଥିବା ସୋନନଦୀକୁ ଗାଧୋଇବାକୁ ଯାଇଥିଲେ ଉଭୟ ଭବାନୀ ଶଙ୍କର ପାତ୍ର(ବାପା) ଓ ତାଙ୍କର ୧୧ ବର୍ଷର ପୁଅ ଭଗିରଞ୍ଜନ ପାତ୍ର ।
ତେବେ ସେଠାରେ ଉଭୟେ ଗାଧୋଉଥିବାବେଳେ ପୁଅ ଭଗିରଞ୍ଜନ ପାଣିରେ ବୁଡିଯାଇଥିଲେ । ଏହା ଦେଖି ପୁଅକୁ ଉଦ୍ଧାର କରିବା ପାଇଁ ବାପା ଭବାନୀ ସଙ୍ଗେ ସଙ୍ଗେ ନଦୀ ଭିତରକୁ କୁଦା ମାରିଥିଲେ । ମାତ୍ର ନଦୀର ସୁଅ ଏତେ ପ୍ରଖର ଥିଲା ଯେ ଉଭୟେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ।
ତେବେ ସେଠାରେ ଗାଧୋଉଥିବା ଅନ୍ୟ ଲେକେ ଏହା ଦେଖି ଅଗ୍ନିଶମ ବିଭାଗକୁ ତତ୍କ୍ଷଣାତ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାପା ଏବଂ ପୁଅକୁ ଉଦ୍ଧାର କରି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ