ETV Bharat / state

ଧାନ ବିକ୍ରିରେ ଅନିୟମିତତା ଅଭିଯୋଗ, ଲ୍ୟାମ୍ପ୍ସରେ ତାଲା ପକେଇଲେ ଚାଷୀ

ଧାନ ବିକ୍ରି ସମସ୍ୟା ଓ ଅନିୟମିତତା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଲ୍ୟାମ୍ପ୍ସରେ ତାଲା ପକାଇଲେ ଚାଷୀ । ଅଧିକ ପଢନ୍ତୁ...

author img

By

Published : Mar 10, 2021, 7:52 PM IST

ଧାନ ବିକ୍ରିରେ ଅନିୟମିତତା ଅଭିଯୋଗ , ଲ୍ୟାମ୍ପ୍ସରେ ତାଲା ପକେଇଲେ ଚାଷୀ

ରାଇରଙ୍ଗପୁର: ଧାନ ବିକ୍ରି ସମସ୍ୟା ଓ ଅନିୟମିତତା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଲ୍ୟାମ୍ପ୍ସରେ ତାଲା ପକାଇଲେ ଚାଷୀ । ନକଲି ଚାଷୀଠୁ ଧାନ କିଣାଯାଉ ଥିବାବେଳେ ଅସଲି ଚାଷୀଙ୍କୁ ଟୋକନ ପ୍ରଦାନ କରିବାରେ ବିଳମ୍ବ ଓ ଟୋକେନ ପ୍ରଦାନ ପରେ ମଧ୍ୟ ଧାନ ନିଆ ଯାଉନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଲ୍ୟାମ୍ପ୍ସ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଚାଷୀ ବାରମ୍ବାର ଲ୍ୟାମ୍ପ୍ସକୁ ଧାନ ଆଣି ବିକ୍ରି କରି ନ ପାରି ନିରାଶ ହୋଇ ଘରକୁ ଫେରାଇ ନେବାକୁ ବାଧ୍ୟ ହେଉଛନ୍ତି । ତେବେ ଆଗାମୀ ଦିନରେ ଟୋକାନ ପାଇଥିବା ପଞ୍ଜିକୃତ ଚାଷୀଙ୍କ ଠାରୁ ଯଦି ଧାନ କିଣା ନ ଯାଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ନେଇ ଚେତାବନୀ ଦେଇଛନ୍ତି ଚାଷୀ । ଏନେଇ ରାଇରଙ୍ଗପୁର ଲ୍ୟାମ୍ପର ଏମଡିଙ୍କୁ ପଚାରିବାରୁ ଆଲର୍ଟମେଣ୍ଟ ଅନୁସାରେ ଦିଆଯାଉଥିବା କହିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.