ETV Bharat / state

କେନାଲରେ ଆସୁନି ପାଣି, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ - rairangpur latest news

କେନାଲ ଥାଇ ମଧ୍ୟ ପାଣି ପାଇଁ ଚିନ୍ତାରେ ଚାଷୀ । ମୌସୁମୀ ବର୍ଷା ଆବଶ୍ୟକ ପରିମାଣରେ ହେଉନାହିଁ। ବର୍ଷା ଅଭାବରୁ ଏପର୍ଯ୍ୟନ୍ତ ବେଉସା କାମ ହୋଇ ପାରୁନାହିଁ। ଆଗକୁ ଚାଷ କିଭଳି ହେବ, ଚାଷ କାର୍ଯ୍ୟ ନେଇ ଏବେ ଚିନ୍ତାରେ ଚାଷୀ। ଅଧିକ ପଢନ୍ତୁ...

କେନାଲ ଥାଇ ମଧ୍ୟ ପାଣି ପାଇଁ ଚିନ୍ତାରେ ଚାଷୀ
କେନାଲ ଥାଇ ମଧ୍ୟ ପାଣି ପାଇଁ ଚିନ୍ତାରେ ଚାଷୀ
author img

By

Published : Aug 11, 2020, 5:16 PM IST

ରାଇରଙ୍ଗପୁର: କେନାଲ ଥାଇ ମଧ୍ୟ ପାଣି ପାଇଁ ଚିନ୍ତାରେ ଚାଷୀ । ମୌସୁମୀ ବର୍ଷା ଆବଶ୍ୟକ ପରିମାଣରେ ହେଉନାହିଁ। ଯାହା ବର୍ଷା ହୋଇଥିଲା ମଧ୍ୟ ଚାଷୀମାନେ ତଳି ପକାଇ ରୁଆ କାମ କରିଥିଲେ କିନ୍ତୁ ଏବେ ବର୍ଷା ଅଭାବରୁ ଏପର୍ଯ୍ୟନ୍ତ ବେଉସା କାମ ହୋଇ ପାରୁନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଭାଲୁବସା ପଞ୍ଚାୟତର ନେଉତି ଗ୍ରାମରେ।

କେନାଲ ଥାଇ ମଧ୍ୟ ପାଣି ପାଇଁ ଚିନ୍ତାରେ ଚାଷୀ

ଗ୍ରାମରେ ଖଡଖାଇ ଡ୍ୟାମର କେନାଲ ସଂଯୋଗ ହୋଇ ବହୁ ବର୍ଷ ବିତିଯାଇଥିଲେ ମଧ୍ୟ କେନାଲ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ସେପଟେ ବର୍ଷା ଅଭାବରୁ ଚାଷଜମି ଫାଟି ଆଁ କରିଥିବାବେଳେ ଚାଷଜମି ସହିତ ଲାଗିକି ରହିଛି କେନାଲ ତଥାପି ପାଣି ପାଇଁ ଆଜିବି ଚାଷୀ ବର୍ଷା ପାଣି ଉପରେ ନିର୍ଭରଶୀଳ। ବର୍ଷ ବର୍ଷ ଧରି ଭଗବାନ ଭରସାରେ କରିଆସୁଅଛନ୍ତି ଚାଷକାର୍ଯ୍ୟ।

ଦୀର୍ଘ ବର୍ଷ ହେଲା କେନାଲରେ ପାଣି ଆସୁନଥିବାରୁ ଗଛଲତା ଭରିଯାଇଛି କେନାଲରେ । ଆଉ ବଦଳିଯାଇଛି କେନାଲର ରୂପରେଖ। ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଆବଶ୍ୟକ ବର୍ଷା ମଧ୍ୟ ହେଉନାହିଁ। ଯାହା କିଛି ବର୍ଷା ହୋଇଥିଲା ସେଥିରେ ଚାଷୀମାନେ ତଳି ପକାଇ ରୁଆ କାମ କରିଥିଲେ । ଆଉ ଏବେ ବର୍ଷା ଅଭାବରୁ ଏପର୍ଯ୍ୟନ୍ତ ବେଉସା କାମ ହୋଇ ପାରୁନାହିଁ। ଏଭଳି ପରିସ୍ଥିତିରେ ଆଗକୁ ଚାଷ କିଭଳି ହେବ, ସେ ନେଇ ଚିନ୍ତାରେ ଚାଷୀ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.