ବାରିପଦା: କାଳିଆ ଯୋଜନାରେ ଅର୍ଥହ୍ରାସ ନିଷ୍ପତ୍ତିର ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି ନବନିର୍ମାଣ କୃଷକ ସଂଗଠନ ମୟୂରଭଞ୍ଜ ଜିଲ୍ଲା ଶାଖା । ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ମାଧ୍ୟମରେ 70ଲକ୍ଷ ଚାଷୀ ଉପକୃତ ହେବେ ବୋଲି କହିଥିଲେ ସରକାର ।
ଏଥିସହ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ନିର୍ବାଚନ ଜିତିବାର 24 ଘଣ୍ଟା ମଧ୍ୟରେ ସମସ୍ତଙ୍କ ଜନଧନ ଏକାଉଣ୍ଟକୁ ଏହି ଟଙ୍କା ଯିବ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5ଥର ମୁଖ୍ୟମନ୍ତ୍ରୀ ହେବା ପରେ ନା 70ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେଲେ ନା ଯୋଜନାରେ ସ୍ବଚ୍ଛତା ରହିଲା ।
ପ୍ରଥମ କିସ୍ତିରେ 24ଲକ୍ଷ ଚାଷୀ ଟଙ୍କା ପାଇନଥିବା ବେଳେ ଦ୍ବିତୀୟ କିସ୍ତିରେ 40ଲକ୍ଷ ଚାଷୀ ଏଥିରୁ ବଞ୍ଚିତ ହୋଇଛନ୍ତି । ତେଣୁ ଏହାର ପ୍ରତିବାଦ କରାଯିବା ସହ ତୁରନ୍ତ କାଳିଆ ଯୋଜନାର ସମସ୍ତ ଟଙ୍କା ଚାଷୀ ମାନଙ୍କୁ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ