ETV Bharat / state

ଅବକାରୀ ବିଭାଗ ଚଢାଉ: ୩୦ ଲିଟର ଦେଶୀ ରନ୍ଧା ମଦ ଜବତ

author img

By

Published : May 11, 2021, 8:42 PM IST

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବାଦାମପାହାଡ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ଚାଉଁରାଡିହି ଠାରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ । ଚଢାଉ କରାଯାଇ ୧୭୫୦ କେଜି ମହୁଲ ପୋଚ ନଷ୍ଟ କରାଯିବା ସହିତ ୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଅଧିକ ପଢନ୍ତୁ...

excise-department-seized-30-liter-liquor-in-Rairangpur
ଅବକାରୀ ବିଭାଗ ଚଢାଉ: ୩୦ ଲିଟର ଦେଶୀ ରନ୍ଧା ମଦ ଜବତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବାଦାମପାହାଡ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ଚାଉଁରାଡିହି ଠାରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ । ଚଢାଉ କରାଯାଇ ବହୁ ପରିମାଣର ମହୁଲ ପୋଚ ନଷ୍ଟ କରାଯିବା ସହିତ ଦେଶୀ ରନ୍ଧା ମଦ ଜବତ କରାଯାଇଛି ।

ତେବେ ମୟୂରଭଞ୍ଜ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ହରିହର ସିଂଙ୍କ ନେତୃତ୍ବରେ ଦୁର୍ଗମ ଚାଉଁରାଡିହି ଜଙ୍ଗଲରେ ଚଢାଉ କରାଯାଇଥିଲା । ତେବେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ମଦ ମାଫିଆମାନେ ଘଞ୍ଚ ଜଙ୍ଗଲ ଭିତରକୁ ଦୌଡି ପଳାଇ ଯାଇଥିଲେ ।

ହେଲେ ଘଟଣାସ୍ଥଳରେ ୧୭୫୦ କେଜି ମହୁଲ ପୋଚ ନଷ୍ଟ କରାଯିବା ସହିତ ୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଏହାସହିତ ଘଟଣା ସ୍ଥଳରୁ ମଦ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ବହୁ ମଦ ରନ୍ଧା ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.