ETV Bharat / state

ଇଟିଭି ଭାରତରେ ଖବର ପ୍ରସାରଣ ପରେ ଘରକୁ ଫେରିଲେ ଅସହାୟ ବୃଦ୍ଧ - ବୃଦ୍ଧ ଘରକୁ ଫେରିଲେ

ଅସହାୟ ବୃଦ୍ଧଙ୍କ ଜୀବନ ସୁବର୍ଣ୍ଣରେଖା କେନାଲର ବ୍ରିଜ ତଳେ ବିତୁଥିବା ଘଟଣା ଇଟିଭି ଭାରତରେ ନ୍ୟୁଜ ପ୍ରସାରଣ ପରେ ବୃଦ୍ଧ ଜଣଙ୍କ ଘରକୁ ଫେରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ମରୋଡା ବ୍ଲକ ହଳଦୀପାଳ ଗ୍ରାମପଞ୍ଚାୟତ ସମାଇଡ଼ିହି ଗାଁର ଘଟଣା ତେବେ ସରପଞ୍ଚ ଙ୍କ ଉଦ୍ୟମରେ ବୃଦ୍ଧ ଘରକୁ ଫେରିଛନ୍ତି। ଅଧିକ ପଢନ୍ତୁ...

ଇଟିଭି ଭାରତ ନ୍ୟୁଜ ପରେ ଅସହାୟ ବୃଦ୍ଧ ଘରକୁ ଫେରିଲେ

author img

By

Published : Jul 3, 2020, 8:36 PM IST

ବାରିପଦା: ପର କରିଥିଲେ ଜନ୍ମ କଲା ପୁଅ, ଝିଅ । ବୃଦ୍ଧ ବୟସରେ ଘର ପରିବାର ପୁଅ, ଝିଅ ଓ ସ୍ତ୍ରୀ ସମସ୍ତେ ଥାଇବି ସୁବର୍ଣ୍ଣରେଖା କେନାଲର ବ୍ରିଜ ତଳେ ବିତୁଥିଲା ଅସହାୟ ବୃଦ୍ଧଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ମୋରୋଡା ବ୍ଲକ ହଳଦୀପାଳ ଗ୍ରାମପଞ୍ଚାୟତ ସମାଇଡ଼ିହି ଗାଁର ବୃଦ୍ଧ ଭୁଗୁଲୁ ମାର୍ଣ୍ଡି। ଭୁଗୁଲୁ ମାର୍ଣ୍ଡିଙ୍କ ତିନି ପୁଅ, ଦୁଇ ଝିଅ ସହ ସ୍ତ୍ରୀ ଥାଇ ବି ବୃଦ୍ଧ ଜଣଙ୍କ ଅସହାୟ ଅବସ୍ଥାରେ ନିଜ ଗାଁ ପାଖ କେନାଲର ବ୍ରିଜ ତଳେ ରହୁଥିଲେ। ଅନ୍ୟପକ୍ଷରେ ବାତ୍ୟା ଅମ୍ପାନ ସମୟରେ ବୃଦ୍ଧ ଜଣଙ୍କ ଘର ଭାଙ୍ଗିଯାଇଥିଲା ।

ଇଟିଭି ଭାରତ ନ୍ୟୁଜ ପରେ ଅସହାୟ ବୃଦ୍ଧ ଘରକୁ ଫେରିଲେ

ହେଲେ ଘରଭଙ୍ଗାକୁ ନେଇ ପୁଅଙ୍କ ସହ ଝଗଡା ହେବା ପରେ ଘରୁ ବାହାର କରିଦେଇଥିଲେ ପୁଅମାନେ ଯାହାଫଳରେ କେନାଲ ବ୍ରିଜ ତଳେ ବୃଦ୍ଧ ଙ୍କ ଜୀବନ କଟୁଥିଲା। ତେବେ ଇଟିଭି ଭାରତରେ ନ୍ୟୁଜ ପ୍ରସାରଣ ପରେ ହଲଦୀପାଳ ଗ୍ରାମପଞ୍ଚାୟତର ସରପଞ୍ଚ ଏବଂ ଗ୍ରାମବାସୀ ବୁଝାସୁଝା କରି ବୃଦ୍ଧ ଜଣଙ୍କୁ ପରିବାର ସହ ମିଶାଇଛନ୍ତି ଏବଂ ବୃଦ୍ଧ ଜଣଙ୍କୁ ସରକାରୀ ସ୍ତରରେ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ସରପଞ୍ଚ ବୋଲି ଗ୍ରାମବାସୀ କହିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.