ETV Bharat / state

କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀପଲ ଆତଙ୍କ: ଘର ଭାଙ୍ଗିଲେ, ନଷ୍ଟ କଲେ ବ୍ୟାପକ ଫସଲ - ୨୨ ଟିକିଆ ହାତୀପଲ ଆତଙ୍କ

ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହାତୀପଲ । ୨୨ ଟିକିଆ ହାତୀପଲ ଆତଙ୍କରେ ଆତଙ୍କିତ ମୟୂରଭଞ୍ଜ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳବାସୀ । ଅଧିକ ପଢନ୍ତୁ

୨୨ ଟିକିଆ ହାତୀପଲ ଆତଙ୍କରେ ଆତଙ୍କିତ କରଞ୍ଜିଆ ବନଖଣ୍ଡ ଅଞ୍ଚଳବାସୀ

author img

By ETV Bharat Odisha Team

Published : Aug 31, 2023, 5:24 PM IST

୨୨ ଟିକିଆ ହାତୀପଲ ଆତଙ୍କରେ ଆତଙ୍କିତ କରଞ୍ଜିଆ ବନଖଣ୍ଡ ଅଞ୍ଚଳବାସୀ

ରାଇରଙ୍ଗପୁର : ପୁଣି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ହାତୀ ଆତଙ୍କ । କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳକୁ ହାତୀ ପଲ ଆସି ଘର ଭାଙ୍ଗିବା ସହ ବହୁମାତ୍ରାରେ ଫସଲ ନଷ୍ଟ କରୁଛନ୍ତି । ବାରମ୍ବାର ଗାଁକୁ ହାତୀ ପଶି ଆସିବା କାରଣରୁ ଭୟଭୀତ ଅବସ୍ଥାରେ ରହୁଛନ୍ତି ଗ୍ରାମବାସୀ । ତେବେ ହାତୀପଲ ୪ଟି ଘର ଭାଙ୍ଗିବା ସହ ଧାନ ବିଲରେ ପଶି ନୂତନ ଫସଲ ଖାଇ ଦଳି ଚକଟି ନଷ୍ଟ କରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବନବିଭାଗ ପକ୍ଷରୁ କୌଣସି ପଦକ୍ଷପ ଗ୍ରାହଣ କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ବନବିଭାଗ ହାତୀ ଘଉଡାଉଥିଲେ ମଧ୍ୟ ସେମାନେ ପୁନର୍ବାର ପଶି ଆସୁଥିବା ବିଭାଗ ସୂଚନା ଦେଇଛି ।

ତେବେ ସୂଚନା ଅନୁଯାୟୀ, ୨୨ ଟିକିଆ ଝାଡଖଣ୍ଡି ହାତୀ ପଲ ଗତକାଲି(ବୁଧାବାର) ଗାଁକୁ ପଶି ଆସିଥିଲା । ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର ପଡ଼ିଆବେଡା ଗ୍ରାମ ପଞ୍ଚାୟତର ଆମ୍ବବେଡା ଜଙ୍ଗଲକୁ ଆସି ସେଠାରେ ରହୁଛନ୍ତି ଏହି ପଲ । ସନ୍ଧ୍ୟା ସମୟରେ ଗାଁ ମୁହାଁ ହେବା ସହ ୪ଟି ଘର ଭାଙ୍ଗିଥିଲେ । ଧାନ ବିଲରେ ପଶି ନୂତନ ଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଅଧିକ ପଢନ୍ତୁ.. ଜନବସତି ମୁହାଁ ହେଉଛନ୍ତି ୨୨ ଟିକିଆ ହାତୀପଲ, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ହାତୀପଲ ମଙ୍ଗଳବାର ରାତିରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କୁମୁଳାବାହାଳି ଦେଇ ତେଲନଦୀ ପାରି ହୋଇ ଠାକୁରମୁଣ୍ଡା ରେଞ୍ଜରେ ପ୍ରବେଶ କରିଛନ୍ତି । ହାତୀପଲ ଆଜି ଦିନ ପ୍ରାୟ ୧୧ଟା ସମୟରେ ଖସାକୁଦର ଗ୍ରାମରୁ ଆସି ଆମ୍ବବେଡା ଗ୍ରାମରେ ପଶି ଗ୍ରାମରେ ଦିନ ଦ୍ବିପ୍ରହରରେ ବାହାଦୂର ମୁର୍ମୁ , ଅଜିତ ସୋରେନ, ଚୁଙ୍ଗୀ ପାତ୍ର ଓ ସାନରୁଗୁଡିବେଡା ଗ୍ରାମର କାହ୍ନୁ ବାସ୍କେଙ୍କ ଧାନ ବିଲ ଓ ମକା ବାଡ଼ିରେ ପଶି ଧାନ ଓ ମକା ଫସଲ ନଷ୍ଟ କରିଦେଇଛି । ଏହାସହ ଭୋର ପାଖାପାଖି ୩ଟା ବେଳେ ପଡିଆବେଡା ଠାରେ ଗୋଟିଏ ଘର ଓ ଟିକରପଡାରେ ତିନୋଟିଟି ଘର ଭାଙ୍ଗିଛି ହାତୀ । ତେବେ ବନବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସହାୟତା ପ୍ରଦାନ କରାଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସେପଟେ ହାତୀ ପଲ ଘଉଡାଇବା ପାଇଁ ବନବିଭାଗ ମଧ୍ୟ ନାକେଦମ ହେଉଥିବା କହିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.