ETV Bharat / state

କରଞ୍ଜିଆ ବନଖଣ୍ଡକୁ ପୁଣି ଫେରିଲେ ୧୭ ଟିକିଆ ହାତୀପଲ

author img

By

Published : Oct 18, 2020, 9:16 PM IST

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆକୁ ପୁଣି ପଶି ଆସିଲେ ଝାଡ଼ଖଣ୍ଡୀ ହାତୀ। ଦେଢ଼ ମାସର ବ୍ୟବଧାନ ପରେ ରବିବାର ୧୭ ଟିକିଆ ଝାଡ଼ଖଣ୍ଡି ହାତୀପଲ କରଞ୍ଜିଆ ଅଞ୍ଚଳରେ ପ୍ରବେଶ କରିଛନ୍ତି ।

elephant tension
କରଞ୍ଜିଆରେ ଝାଡ଼ଖଣ୍ଡି ହାତୀ ପଲ

ରାଇରଙ୍ଗପୁର‌:କିଛିଦିନର ବ୍ୟବଧାନ ପରେ ପୁଣି ମାତିଲେ ହାତୀପଲ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆକୁ ପୁଣି ପଶି ଆସିଲେ ଝାଡ଼ଖଣ୍ଡୀ ହାତୀ। ଦେଢ଼ ମାସର ବ୍ୟବଧାନ ପରେ ରବିବାର ୧୭ ଟିକିଆ ଝାଡ଼ଖଣ୍ଡୀ ହାତୀପଲ କରଞ୍ଜିଆ ଅଞ୍ଚଳରେ ପ୍ରବେଶ କରିଛନ୍ତି । ମୟୂରଭଞ୍ଜର ସୀମାନ୍ତ ଜିଲ୍ଲା କେନ୍ଦୁଝରରୁ ବୈତରଣୀ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡକୁ ପ୍ରବେଶ କରିଛନ୍ତି ଏହି ୧୭ ଟିକିଆ ହାତୀପଲ ।

କରଞ୍ଜିଆରେ ଝାଡ଼ଖଣ୍ଡି ହାତୀ ପଲ

ବର୍ତ୍ତମାନ ଘରମାବେଡା ଜଙ୍ଗଲରେ ଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ସମୟରେ ବିଲରେ ଧାନ ପାଚିବାକୁ ଥିବାବେଳେ କେତେକାଂଶରେ ଅମଳ ସମୟ ଆସିଲାଣି । ଯାହାଫଳରେ ହାତୀପଲ ଫସଲ ଖାଇବା ସହିତ ଦଳିଚକଟି ନଷ୍ଟ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

ହାତୀ ଭୟରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ହାତୀପଲଙ୍କୁ ଘୋଉଡାଇବାକୁ ବନବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ରେଞ୍ଜ ଅଧିକାରୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.