ETV Bharat / state

କରଞ୍ଜିଆ ବନଖଣ୍ଡରେ ହାତୀଙ୍କ ଉତ୍ପାତ: କୋବି ଫସଲ ନଷ୍ଟ, ଆକ୍ରମଣରେ ଜଣେ ଗୁରୁତର - Elephant herd damaged crops in rairangpur

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ହାତୀପଲଙ୍କୁ ଘଉଡାଇବାବେଳେ ଜଣେ ଗୁରୁତର । ଅଧିକ ପଢନ୍ତୁ...

hati atanka
ହାତୀ ଆକ୍ରମଣରେରେ ଯୁବକ ଗୁରୁତର
author img

By

Published : Dec 26, 2019, 12:02 PM IST

ରାଇରଙ୍ଗପୁର: ପୁଣି ହାତୀ ଆକ୍ରମଣରେରେ ଯୁବକ ଗୁରୁତର । ଦୁଇଟି ଘର ଭାଙ୍ଗିବା ସହ ବ୍ୟାପକ କୋବି ଫସଲ ନଷ୍ଟ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ।

ଜିଲ୍ଲାରେ ଥମିବାର ନାଁ ଧରୁନି ହାତୀ ଆକ୍ରମଣ । ଗୁରୁବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ୨୨ ଟିକିଆ ହାତୀପଲ ମହୁଲିଆଶୁଳି ଗାଁ ଜଙ୍ଗଲରୁ ବାହାରି କାଶିପାଳ ଗାଁରେ ପଶି ଦୁଇଟି ଘର ଭାଙ୍ଗିବା ସହିତ ବ୍ୟାପକ କୋବି ଫସଲ ନଷ୍ଟ କରିଛନ୍ତି । ସେତିକି ନୁହଁ ହାତୀଙ୍କୁ ଘଉଡାଇବାବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ହାତୀ ଆକ୍ରମଣରେରେ ଯୁବକ ଗୁରୁତର

ଆହତ ଜଣକ ହେଲେ ଖଣ୍ଡିଆଦର ଗାଁର ମାଧୋ ମହାନ୍ତ । ସେ ଗାଁରେ ହାତୀ ପଶି ଯାଉଥିବା ଦେଖି ଘଉଡାଇବାବେଳେ ଗାତରେ ଖସି ପଡିବାରୁ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଶୁକ୍ରୁଳୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ ଆଜକୁ ୨୬ ଦିନଧରି ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକେ ଭୟଭୀତ ହୋଇ ରହୁଥିବାବେଳେ ବନ ବିଭାଗର ହାତୀ ଘଉଡେଇବା ସମସ୍ତ ଉଦ୍ୟମ ଫେଲ ମାରିଛି । ତେବେ ବର୍ତ୍ତମାନ ହାତୀପଲ ଗରମାବେଡା ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ପୁଣି ହାତୀ ଆକ୍ରମଣରେ ରେ ଯୁବକ ଗୁରୁତର, ଦୁଇଟି ଘର ଭାଙ୍ଗିବା ସହ ବ୍ୟାପକ କୋବି ଫସଲ ନଷ୍ଟ।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମିବାର ନା ଧରୁନି ହାତୀ ଆକ୍ରମଣ ।ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଦେଖିବାକୁ ମିଳିଛି ହାତୀ ଆତଙ୍କ , ୨୨ଟିକିଆ ହାତୀପଲ ଗତକାଲି ମହୁଲିଆଶୁଳି ଗ୍ରାମ ଜଙ୍ଗଲରୁ ବାହାରି କାଶିପାଳ ଗ୍ରାମରେ ପଶି ଦୁଇଟି ଘର ଭାଙ୍ଗିବା ସହିତ ବ୍ୟାପକ କୋବି ଫସଲ ନଷ୍ଟ କରିଥିବା ବେଳେ ଜଣେ ହାତୀ ଘଉଡେଇବା ବେଳେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ଖଣ୍ଡିଆଦର ଗ୍ରାମର ମାଧୋ ମହାନ୍ତ ସେ ଗ୍ରାମରେ ହାତୀ ପଶି ଯାଉଥିବା ଦେଖି ଘଉଡାଇବା ବେଳେ ଗାତରେ ଖସି ପଡିବାରୁ ଗୁରୁତର ଆହତ ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଶୁକ୍ରୁଳୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ତେବେ ଆଜକୁ ୨୬ ଦିନଧରି ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକେ ଭୟଭୀତ ହୋଇ ରହୁଥିବା ବେଳେ ବନ ବିଭାଗର ହାତୀ ଘଉଡେଇବା ସମସ୍ତ ଉଦ୍ୟମ ଫେଲ ମାରିଛି। ତେବେ ବର୍ତ୍ତମାନ ହାତୀପଲ ଗରମାବେଡା ସଂରକ୍ଷିତ ଜଙ୍ଗଲରେ ଥୁବା ଜଣାପଡିଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.