ETV Bharat / state

Simlipal Sanctuary; ଶିମିଳିପାଳରେ ହାତୀର ମୃତଦେହ ଠାବ, ପାହାଡରୁ ଖସି ଯାଇଛି ଜୀବନ !

author img

By

Published : Nov 28, 2021, 4:49 PM IST

Updated : Nov 28, 2021, 7:11 PM IST

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ହେଉଛି ହସ୍ତୀ ଓ ବ୍ୟାଘ୍ର ପ୍ରକଳ୍ପ ଶିମିଳିପାଳରେ ଏକ ମୃତହାତୀ ଦେହ ଠାବ କରାଯାଇଛି । ଅଧିକ ପଢନ୍ତୁ

ଶିମିଳିପାଳ ଅଭୟାରଣ୍ୟରେ(Simlipal Sanctuary) ହାତୀର ମୃତ୍ୟୁ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ହେଉଛି ହସ୍ତୀ ଓ ବ୍ୟାଘ୍ର ପ୍ରକଳ୍ପ । ଏସିଆର ଦ୍ୱିତୀୟ ଜୈବ ମଣ୍ଡଳ ଶିମିଳିପାଳରେ ଏକ ହାତୀର ମୃତଦେହ ଠାବ (elephant found dead in Simlipal) କରାଯାଇଛି । ବାଘ ଗଣନା ପାଇଁ ଯାଇଥିବା ବନଭିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ । ଉତ୍ତର ଶିମିଳିପାଳର ନଅଣା ରେଞ୍ଜର କୋର ଏରିଆରେ ହାତୀର ମୃତ୍ୟୁ ହୋଇଛି ।

Simlipal Sanctuary; ଶିମିଳିପାଳରେ ହାତୀର ମୃତଦେହ ଠାବ, ପାହାଡରୁ ଖସି ଯାଇଛି ଜୀବନ !

ପାହାଡ଼ରୁ ଖସି ୩୦ ଫୁଟ ତଳେ ଗଛରେ ଲାଗିଛି ହାତୀର ମୃତଦେହ । ପାହାଡ଼ରୁ ଖସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବନଭିଭାଗ । ଆଜି(ରବିବାର) ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏବଂ ଉତ୍ତର ଶିମିଳିପାଳ ଉପ ନିର୍ଦ୍ଦେଶକଙ୍କ ଉପସ୍ଥିତରେ ହାତୀ ମୃତଦେହ ବ୍ୟବଚ୍ଛେଦ କରାଯିବ । ଏହି ହାତୀର ବୟସ ପାଖାପାଖି ୪୦ ହେଇଥିବା ବେଳେ ଏହି ହାତୀଟି ମାଈ ହାତୀ ହୋଇଥିବାର ବନଭିଭାଗ ସୂଚନା ଦେଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Nov 28, 2021, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.