ETV Bharat / state

ହାତୀ ମୃତ୍ୟରେ ଲାଗୁନି ବ୍ରେକ, ପୁଣି ହାତୀ କଙ୍କାଳ ଉଦ୍ଧାର - ହାତୀ ମୃତ୍ୟ

ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । ପୁଣି ଏକ ହାତୀ ମୃତ୍ୟୁ କଙ୍କାଳ ଉଦ୍ଧାର ହୋଇଛି । କିପରି ଓ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହୋଇଛି ତାର କାରଣ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

elephant dead in rairangapur
ହାତୀ ମୃତ୍ୟରେ ଲାଗୁନି ବ୍ରେକ
author img

By

Published : Apr 18, 2023, 3:46 PM IST

ହାତୀ ମୃତ୍ୟରେ ଲାଗୁନି ବ୍ରେକ

ରାଇରଙ୍ଗପୁର: ରାଜ୍ୟରେ ହାତୀ ମୃତ୍ୟୁରେ ବ୍ରେକ ଲାଗୁ ନାହିଁ । ବିପଦରେ ଗଜରାଜ । ପୁଣି ଏକ ହାତୀ ମୃତଦେହ ଉଦ୍ଧାର ହୋଇଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏକ ହାତୀ କଙ୍କାଳ ଉଦ୍ଧାର ହୋଇଛି । ପାଟ୍ରୋଲିଂ ସମୟରେ ହାତୀ କଙ୍କାଳ ଉଦ୍ଧାର କରିଛି ବନ ବିଭାଗ । କେଉଁ ପରିସ୍ଥିତିରେ ହାତୀ ମୃତ୍ୟୁ ହେଲା ତାର କାରଣ ଖୋଜୁଛି ବନ ବିଭାଗ ।

ରାଇରଙ୍ଗପୁର ବାରିପଦା ବନଖଣ୍ଡ ଅଧିନ ବେତନଟୀ ରେଞ୍ଜ ଅନ୍ତର୍ଗତ ଅଶନବଣି ସଂରକ୍ଷିତ ଜଙ୍ଗଲର ଭଦ୍ରାଶୁଳ ଗ୍ରାମ ନିକଟରେ ଏକ ହାତୀ କଙ୍କାଳ ଉଦ୍ଧାର କରାଯାଇଛି। ଭଦ୍ରାଶୋଳ ସଂରକ୍ଷିତ ଜଙ୍ଗଲରୁ ସୋମବାର ଅପରାହ୍ନରେ ଏକ ୬ ମାସର ହାତୀ ଛୁଆର ଗଳିତ ମୃତଦେହକୁ ବନବିଭାଗର କର୍ମଚାରୀ ଠାବ କରିଥିଲେ। କିଛିଦିନ ପୂର୍ବରୁ ଝାଡଖଣ୍ଡୀ ହାତୀପଲ ଓଡିଶା ଅନୁପ୍ରବେଶ କରି ବେତନଟୀ ରେଞ୍ଜ ଅଧୀନ ଗୋଡିଗାଁ ବିଟ୍ କାର୍ଯ୍ୟାଳୟର ଭଦ୍ରାଶୋଳ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ରହିଥିଲେ। ତେବେ ଏହି ଜଙ୍ଗଲ ଗୁଡିକରେ ଚଳପ୍ରଚଳ ଏବଂ ରହଣି ସମୟରେ ଏକ ହାତୀ ଶାବକର ଜନ୍ମ ମଧ୍ୟ ହୋଇଥିଲା। ତେବେ ହାତୀପଲ ଭଦ୍ରାଶୋଳ ଜଙ୍ଗଲ ଛାଡି ଯାଉନଥିବା ବେଳେ ଶେଷରେ ୧୫ ତାରିଖ ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ପ୍ରତ୍ୟାବର୍ତ୍ତନ କରି ଯାଇଥିଲେ। ତେବେ ୧୦ ଦିନର ରହଣି ସମୟରେ ବନବିଭାଗ ପକ୍ଷରୁ ଜଙ୍ଗଲ ଭିତରକୁ ନଯିବାକୁ ଜଙ୍ଗଲ ପାର୍ଶ୍ଵବର୍ତ୍ତୀ ଗାଁଗୁଡିକରେ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଥିବାରୁ କୌଣସି ଗ୍ରାମବାସୀ ଜଙ୍ଗଲ ଭିତରକୁ ଯାଉନଥିଲେ ।

ସୋମବାର ହାତୀ ଶାବକର ମୃତଦେହ ଠାବ କରା ଯାଇଥିଲା । ଏନେଇ ବନବିଭାଗକୁ ଖବର ଦିଆଯିବା ପରେ ଆରସିସିଏଫ ଡ. ପ୍ରକାଶଚନ୍ଦ୍ର ଗୋଗିନିନି, ଡିଏଫଓ ସନ୍ତୋଷ ଯୋଶୀ, ଏସିଏଫ ରବିନାରାୟଣ ମହାନ୍ତି, ବେତନଟୀ ରେଞ୍ଜର ଘନଶ୍ୟାମ ସିଂ, ବଡାମପୁର ବନପାଳ ଶୋଭାକର ସିଂ ପ୍ରମୁଖ ଅଧିକାରୀ ଗଣ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ହାତୀର ଶବ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ପରେ ହାତୀର କିଛି ନମୁନା ସଂଗ୍ରହ କରି ଭୁବନେଶ୍ୱର ଓୟୂଏଟି ପାଖକୁ ପଠାଯାଇଛି । ତେବେ ହାତୀ ଶାବକର ବୟସ ମାସକ ମଧ୍ୟରେ ହେବା ନେଇ ଅନୁମାନ କରାଯାଉଛି । ହାତୀ ଶାବକ ମୃତ୍ୟୁର ସଠିକ କାରଣ ଜଣା ପଡିନଥିବା ବେଳେ ଅଂଶୁଘାତ ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଏନେଇ ବନବିଭାଗ ଟାସ୍କ ଫୋର୍ସଙ୍କ ତଦନ୍ତ ଜାରି ରହିଛି । ରାଜ୍ୟରେ ହାତୀ ମୃତ୍ୟରେ ବ୍ରେକ ଲାଗୁନଥିବା ବେଳେ ଏହାକୁ ମିଶାଇ ଗତ ୪ବର୍ଷରେ ଜିଲ୍ଲାରେ ସମୁଦାୟ ୨୧ ଗୋଟି ହାତୀର ମୃତ୍ୟ ଘଟିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.