ETV Bharat / state

ହାତୀ ଛୁଆର ଗଳିତ ମୃତଦେହ ଉଦ୍ଧାର

author img

By

Published : Sep 27, 2022, 4:08 PM IST

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳରୁ ହାତୀ ଛୁଆର ମୃତଦେହ ଉଦ୍ଧାର । ସ୍ଥାନିୟ ନାଫ୍ରି ସଂରକ୍ଷିତ ଜଙ୍ଗଲରୁ ଏହି ହାତୀ ଛୁଆର ମୃତଦେହକୁ ଉଦ୍ଧାର କରିଛି ବନ ବିଭାଗ । ଅଧିକ ପଢ଼ନ୍ତୁ

ହାତୀ ଛୁଆର ଗଳିତ ମୃତଦେହ ଉଦ୍ଧାର
ହାତୀ ଛୁଆର ଗଳିତ ମୃତଦେହ ଉଦ୍ଧାର

ବାରିପଦା : ହାତୀ ଛୁଆର ଗଳିତ ମୃତଦେହ ଉଦ୍ଧାର । ରାଜ୍ୟରେ ଦିନକୁ ଦିନ ହାତୀ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଆଜି ପୁଣି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନାଞ୍ଚଳରୁ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଜଙ୍ଗଲ ଭିତରେ ହାତୀ ଛୁଆର ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ ।

ସୂଚନା ଅନଯାୟୀ, ନାଫ୍ରି ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆର ମୃତଦେହ ପଡିଥିବା ନେଇ ଜଣାପଡିଥିଲା । ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆର ମୃତଦେହକୁ ଉଦ୍ଧାର କରିଥିଲେ । ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି ଦେଖିବା ସହ ତଦନ୍ତ କରିଥିଲେ । ତେବେ ହାତୀ ଛୁଆ ମୃତ୍ୟୁର କାରଣ ଜଣାପଡି ନାହିଁ । ଜଙ୍ଗଲ ଭିତରେ ହାତୀ ପଲ ମଧ୍ୟରେ ଲଢେଇ ଯୋଗୁଁ ହାତୀ ଛୁଆର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହାତୀର ମୃତଦେହକୁ ବନବିଭାଗ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ଗାତ ଖୋଳି ପୋତି ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ... ହାଇକୋର୍ଟରେ ହାତୀ ମୃତ୍ୟୁ ମାମଲା, ୨୦ରେ ପରବର୍ତ୍ତୀ ଶୁଣାଣି

ଏବେ ହାତୀ ମୃତ୍ୟୁ ପଛର କାରଣକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟରେ ଦିନକୁ ଦିନ ଏମିତି ଗୋଟିଏ ପରେ ଗୋଟିଏ ହାତୀର ଜୀବନ ଯାଉଛି । ହେଲେ ବନବିଭାଗ ଏଥିପ୍ରତି କାହିଁକି ସଜାଗ ରହୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । କେଉଁଠି ବିଦ୍ୟୁତ ତାର ବିଛାଇ ହାତୀର ଜୀବନ ନିଆଯାଉଛି ତ ପୁଣି କେଉଁଠି ଗୁଳି କରି ହାତୀକୁ ହତ୍ୟା କରାଯାଉଛି । ଯାହାକୁ ନେଇ ବିପଦରେ ଗଜରାଜ ।

ନିକଟରେ ହାତୀ ସୁରକ୍ଷା ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରି ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ । ହାତୀ ସୁରକ୍ଷାକୁ ନେଇ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହେବ ଚୂଡାନ୍ତ ଆକ୍ସନ ପ୍ଲାନ । ଏନେଇ ସତ୍ୟପାଠ ମାଧ୍ୟମରେ କୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର । ଗତ ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତ୍ତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା କୋର୍ଟରେ ମଧ୍ୟ ଦର୍ଶାଯାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.