ETV Bharat / state

କରଞ୍ଜିଆରେ ହାତୀ ଉପଦ୍ରବ: ଧାନ ଫସଲ ନଷ୍ଟ, ଭାଙ୍ଗିଲେଣି ୧୦ ଘର - ଭାଙ୍ଗିଲେଣି ୧୦ ଟି ଘର

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ୨୦ ଦିନ ହେଲାଣି ହାତୀ ଉପଦ୍ରବ ଜାରି ରହିଛି । ଗତ ୨୦ ଦିନ ମଧ୍ୟରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ୮ରୁ ୧୦ ଟି ଘର ମଧ୍ୟ ଭାଙ୍ଗିଲେଣି ହାତୀପଲ । ଅଧିକ ପଢନ୍ତୁ...

elephant-damage-paddy-field-in Mayurbhanj
ଧାନ ଫସଲକୁ ନଷ୍ଟ କରୁଛି ହାତୀପୋଲ, ଭାଙ୍ଗିଲେଣି ୧୦ ଟି ଘର
author img

By

Published : Nov 4, 2020, 10:47 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ୨୦ ଦିନ ହେଲାଣି ହାତୀ ଉପଦ୍ରବ ଜାରି ରହିଛି । ଗତ ୨୦ ଦିନ ମଧ୍ୟରେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ୮ ରୁ ୧୦ ଟି ଘର ମଧ୍ୟ ଭାଙ୍ଗିଲେଣି ହାତୀପଲ ।

ଧାନ ଫସଲକୁ ନଷ୍ଟ କରୁଛି ହାତୀପୋଲ, ଭାଙ୍ଗିଲେଣି ୧୦ ଟି ଘର

ତେବେ ଦୁଧିଆଣି ରେଞ୍ଜ ଅନ୍ତର୍ଗତ ଦରି ଗ୍ରାମପଞ୍ଚାୟତ ତଟା ସାହିରେ ଦେଖିବାକୁ ମିଳିଛି କିଛି ଅଭାବନୀୟ ଦୃଶ୍ୟ । ତଟା ସାହିରେ ଦିନବେଳା ହାତୀମାନେ ଜଙ୍ଗଲରୁ ବାହାରି ଆସି ଏକ ପଡ଼ିଆ ନିକଟରେ ରୁଣ୍ଡ ହୋଇଥିଲେ । ଠିକ ସେତିକି ବେଳେ ଗ୍ରାମର ଗାଈ ଗୋଠମାନେ ହାତୀକୁ ଦେଖି ସଙ୍ଘବଦ୍ଧ ଭାବେ ହାତୀ ନିକଟକୁ ଦୌଡି ଯାଇ ମିଶି ଯାଇଥିଲେ । ଯାହାଫଳରେ ହାତୀମାନେ ମଧ୍ୟ ଏପଟସେପଟ ଦୌଡ଼ି ବଳଦ ଗୋଠ ସହିତ ମିଶି ଯାଇଥିଲେ ।

ତେବେ ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଦୃଶ୍ୟ ଦେଖି ହୋ ହାଲ୍ଲା କରିବାରୁ ହାତୀ ଏବଂ ବଳଦମାନେ ଏଣେତେଣେ ଦୌଡାଦୌଡ଼ି କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ହାତୀ ସହିତ ବଳଦମାନେ ମିଶି ଯାଇଥିଲେ ବି ହାତୀମାନେ କାହାରି କିଛି କ୍ଷତି କରି ନାହାଁନ୍ତି । ଏପରି ବିରଳ ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.