ETV Bharat / state

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଧାନ ଚାଉଳ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନ ଗୁରୁଡିଆ ରେଞ୍ଜରେ ହାତୀ ଉପଦ୍ରବ । ଯଶିପୁର ବ୍ଲକର ବଡପୋଷି ଗାଁରେ ଥିବା ନିତ୍ୟାନନ୍ଦ ନାଏକଙ୍କ ଘରେ ଆକ୍ରମଣ କଲେ ହାତୀପଲ ।

author img

By

Published : Aug 20, 2019, 3:06 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ହାତୀପଲର ତାଣ୍ଡବ ଲୀଳା । 22ଟି ହାତୀ ଘରେ ପଶି ଖାଇଗଲେ ଧାନ ଚାଉଳ, ଭାଙ୍ଗିଦେଲେ ଘର । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନ ଗୁରୁଡିଆ ରେଞ୍ଜରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ସୋମବାର ବିଳମ୍ବିତ ରାତିରେ ଯଶିପୁର ବ୍ଲକ ରୁଗୁଡି ପଞ୍ଚାୟତର ବଡପୋଷି ଗାଁରେ ଥିବା ନିତ୍ୟାନନ୍ଦ ନାଏକଙ୍କ ଘର ଉପରେ ଆକ୍ରମଣ କରିଥିଲେ ହାତୀପଲ । ହାତୀପଲ ତାଙ୍କ ଘରଦ୍ବାର ଭାଙ୍ଗିବା ସହିତ ଘରକରଣା ସାମଗ୍ରୀ ନଷ୍ଟ କରି ଖାଇଯାଇଛନ୍ତି ସବୁ ଧାନ ଚାଉଳ। ତେବେ ହାତୀ ଘରଦ୍ବାର ଭାଙ୍ଗିବା ଦେଖି ଘର ଲୋକେ ଛୁଆପିଲା ଧରି କଳେ ବଳେ କୌଶଳେ ନିଜ ଜୀବନକୁ ରକ୍ଷା କରି ଦୌଡି ପଳାଇଥିଲେ ।

ଘଟଣା ସମ୍ପର୍କରେ ମଙ୍ଗଲବାର ଖବର ପାଇ ରୁଗୁଡି ପଞ୍ଚାୟତର ସରପଞ୍ଚ ମାଳତୀ ହେମ୍ବ୍ରମ ଘଟଣାସ୍ଥଳରେ ପହଞ୍ଚି ସହାୟତା ପ୍ରଦାନ କରିଥିଲେ । ତେବେ ଗୁରୁଗୁଡିଆ ରେଞ୍ଜ ଅଧିକାରୀଙ୍କ ନେତୃତ୍ବରେ ବନବିଭାଗ କର୍ମଚାରୀ ହାତୀ ଘଉଡ଼ାଇବା ସହିତ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

Intro:ରାଇରଙ୍ଗପୁର: ହାତୀ ଉପଦ୍ରବ ଥମିବାର ନାଁ ଧରୁନି, ପୁଣି ଭାଙ୍ଗିଲେ ଘର ଖାଇଗଲେ ଧାନ ଚାଉଳ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନ ଗୁରୁଗୁଡିଆ ରେଞ୍ଜ ରେ ୨୨ଟି ହାତୀ ପଲର ତାଣ୍ଡବ ଲୀଳା ଜାରି ରହିଛି। ଗତକାଲି ରାତିରେ ଯଶିପୁର ବ୍ଲକ ରୁଗୁଡି ପଞ୍ଚାୟତ ର ବଡପୋଷି ଗ୍ରାମରେ ଥିବା ନିତ୍ୟାନନ୍ଦ ନାଏକ ଙ୍କ ଘର ଉପରେ ଆକ୍ରମଣ କରିଥିଲେ ହାତୀପଲ। ହାତୀ ପଲ ତାଙ୍କ ଘରଦ୍ବାର ଭାଙ୍ଗିବା ସହିତ ଘରକରଣା ସାମଗ୍ରୀ ନଷ୍ଟ କରି ଖାଇ ଯାଇଛନ୍ତି ସବୁ ଧାନ ଚାଉଳ। ତେବେ ହାତୀ ଘରଦ୍ବାର ଭାଙ୍ଗିବା ଦେଖି ଘର ଲୋକେ ଛୁଆପିଲା ଧରି ଦୌଡ଼ି ପଳାଇ ଜୀବନ ରକ୍ଷା କରିଥିଲେ। ଆଜି ଖବର ପାଇ ରୁଗୁଡି ପଞ୍ଚାୟତ ର ସରପଞ୍ଚ ମାଳତୀ ହେମ୍ବ୍ରମ ଘଟଣାସ୍ଥଳରେ ପହଞ୍ଚି ସହାୟତା ପ୍ରଦାନ କରିଥିଲେ। ତେବେ ଗୁରୁଗୁଡିଆ ରେଞ୍ଜ ଅଧିକାରୀ ଙ୍କ ନେତୃତ୍ବରେ ବନବିଭାଗ କର୍ମଚାରୀ ହାତୀ ଘଉଡ଼ାଇବା ସହିତ ଗତିବିଧି ଉପରେ ନଜର ରଖିଛନ୍ତି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.