ETV Bharat / state

ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବିରେ ଭଞ୍ଜସେନାର ନେସ୍କୋ କାର୍ଯ୍ୟାଳୟ ଘେରାଉ

author img

By

Published : Dec 2, 2020, 7:55 PM IST

ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବିରେ ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ବାଘଡାରୋଡ଼ରେ ଥିବା ନେସ୍କୋ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ପଢନ୍ତୁ....

Electric bill issue in Mayurbhanj
ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବିରେ ଭଞ୍ଜସେନାର ନେସ୍କୋ କାର୍ଯ୍ୟାଳୟ ଘେରାଉ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବିଦ୍ୟୁତ ଉପଭୋକ୍ତାଙ୍କ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ଦାବିରେ ଜିଲ୍ଲାର ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ବାରିପଦା ସହର ବାଘଡା ରୋଡ଼ ସ୍ଥିତ ନେସ୍କୋ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ବାରିପଦା, ଉଦଳା ଓ ରାଇରଙ୍ଗପୁର ଡିଭିଜନରେ ୪ ଲକ୍ଷ ୫୩ ହଜାର ୩୩୦ ବିଦ୍ୟୁତ ଉପଭୋକ୍ତା ଥିବାବେଳେ ଅଧିକାଂଶ ଉପଭୋକ୍ତା ଗରିବ ଶ୍ରେଣୀର ।

ଅନ୍ୟପକ୍ଷରେ ମହାମାରୀ କୋରୋନାରେ ଲୋକଙ୍କ ଆର୍ଥିକ ସ୍ଥିତି ଭୁଶୁଡ଼ି ଯାଇଥିବା ବେଳେ ବର୍ଦ୍ଧିତ ବିଦ୍ୟୁତ ବିଲ ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ଅଭିଯୋଗ କରିଛି ଭଞ୍ଜସେନା । ତେବେ ରାଜ୍ୟ ସରକାର ଆଗାମୀ ଦିନରେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର ନ କଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଭଞ୍ଜସେନା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.