ETV Bharat / state

ଅନ୍ଧାର ଭିତରେ ମଞ୍ଚାବନ୍ଧା ଇକୋ ଟୁରିଜିମ୍ ପ୍ରକଳ୍ପ ଭବିଷ୍ୟ - ମଞ୍ଚାବନ୍ଧା ଇକୋ ଟୁରିଜିମ୍ ପ୍ରକଳ୍ପ ଭବିଷ୍ୟ

ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପରୁ ସିଂହ ଭାଗ ରାଜସ୍ବ ରାଜ୍ୟ ସରକାରଙ୍କୁ ମିଳୁଛି । ଇକୋ-ଟୁରିଜିମ୍‌ ପ୍ରକଳ୍ପର ଉନ୍ନତିକରଣ ସ୍ଥାନୀୟ ବେକାର ଯୁବକ ଓ ଯୁବତୀଙ୍କୁ ରୋଜଗାର କ୍ଷମ ସହ ପର୍ଯ୍ୟଟନ ଶିଳ୍ପର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ସାଜନ୍ତା । ହେଲେ ମଞ୍ଚାବନ୍ଧା ଇକୋ ଟୁରିଜିମ୍‌ ପ୍ରକଳ୍ପ ଏବେ ଜିଲ୍ଲା ବାସୀଙ୍କ ପାଇଁ ଦିବାସ୍ବପ୍ନ ପାଲଟିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jan 30, 2020, 1:36 PM IST

ବାରିପଦା: ମୟୁରଭଞ୍ଜ ବାସୀଙ୍କ ସ୍ବପ୍ନର ପ୍ରକଳ୍ପ ଇକୋ ଟୁରିଜିମ ପ୍ରକଳ୍ପର ଦିନକୁ ଦିନ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ମୟୁରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅଣଦେଖା ପାଇଁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହୋଇପାରୁନାହିଁ । ଏନେଇ ମଞ୍ଚାବନ୍ଧା ଇକୋ ଟୁରିଜିମ ପ୍ରକଳ୍ପରୁ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ ।

ଅନ୍ଧାର ଭିତରେ ମଞ୍ଚାବନ୍ଧା ଇକୋ ଟୁରିଜିମ୍ ପ୍ରକଳ୍ପ ଭବିଷ୍ୟ

ସବୁ ବର୍ଗର ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ ମୟୁରଭଞ୍ଜର ମନୋରମ ସୌନ୍ଦର୍ଯ୍ୟ । କବି, ଦାର୍ଶନିକ, ଗବେଷକ, ଚିନ୍ତାଶୀଳ, ପ୍ରକୃତିପ୍ରେମୀଙ୍କୁ ଆନମନା କରେ ଏହାର ବିଶାଳ ସୁନ୍ଦରତା । ଶିଳ୍ପ ବିହୀନ ମୟୁରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ହିଁ ଏକମାତ୍ର ବିକଳ୍ପ । ଶୀତ ଋତୁରେ ମୟୁରଭଞ୍ଜ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମେ । ମାତ୍ର ଏହାର ବିକାଶ ଦିଗରେ ସରକାର, ପ୍ରଶାସନ କେତେ ଯତ୍ନବାନ, ଅଧାପନ୍ତରିଆ ଓ ନାଲିଫିତା ତଳେ ବନ୍ଦ ପଡିରହିଥିବା ଇକୋ-ଟୁରିଜିମି ପ୍ରକଳ୍ପ ଦେଖିଲେ ସ୍ପଷ୍ଟ ବାରି ହୋଇପଡୁଛି ।

ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧା ଠାରେ ୨୦୧୦ ମସିହାରୁ ଆରମ୍ଭ ହୋଇଥିଲା ଇକୋ ଟୁରିଜିମ ପ୍ରକଳ୍ପ । ଉଦ୍ଦେଶ୍ୟ ଥିଲା ଏଠାରେ ମେଡିସିନାଲ ଗାର୍ଡେନ, ବଟାନିକାଲ ଗାର୍ଡେନ, ବାଉଁଶ ବଗିଚା, ନୌ ଚାଳନା ବ୍ୟବସ୍ଥା ସହ ଏକ ଜଙ୍ଗଲ ପରିବେଶରେ ପର୍ଯ୍ୟଟକ ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ । ତେବେ ଏହି ପ୍ରକଳ୍ପକୁ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ ସରକାରଙ୍କ ଅଣଦେଖା ପାଇଁ ଅଧାରେ ଅଟକି ରହିଛି ପ୍ରକଳ୍ପ ।

୨୦୧୧-୧୨ ଆର୍ଥିକ ବର୍ଷ ରେ ବାରିପଦା ଉପକଣ୍ଠ ମଞ୍ଚାବନ୍ଧା ଇକୋ ଟୁରିଜିମ ପ୍ରକଳ୍ପ ର ପ୍ରସ୍ତାବ ଗୃହୀତ ହୋଇ ବନ ବିଭାଗ ପକ୍ଷରୁ ୮୦୦ ହେକ୍ଟର ଜମି ଉପରେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ର ପ୍ରସ୍ତାବ ରହିଥିଲା । ୨୦୧୧-୧୨ ରେ ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିଲା । ବୋଟିଙ୍ଗ ପାଇଁ ପୋଖରୀ ଖୋଳା ଯିବା ସହ ତିନି କିଲୋମିଟର ୱାକିଙ୍ଗ ଟ୍ରାକ ମଧ୍ୟ ନିର୍ମାଣ ସରିଛି। ଏହି ପ୍ରକଳ୍ପ ନିର୍ମାଣ ହେଲେ ଏଠାକାର କିଛି ବେକାର ଯୁବକ ଓ ଯୁବତୀ ମାନେ ମଧ୍ୟ ରୋଜଗାର କ୍ଷମ ହୋଇପାରନ୍ତେ । ତେବେ ବାରିପଦା ବନଖଣ୍ଡ ଅଧିକାରୀ କହିଛନ୍ତି ଏହି ପ୍ରକଳ୍ପ ପାଇଁ ପୁଣି ଥରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ସରକାର ମଞ୍ଜୁର କଲେ କାର୍ଯ୍ୟ ଆରମ୍ଭ ହେବ ।

ମାତ୍ର କେବେ ପୁନର୍ବାର ଏହି ପ୍ରକଳ୍ପର କାର୍ଯ୍ୟାରମ୍ଭ ହେବ ସେ ନେଇ କୌଣସି ସମୟ ସୀମା ଧାର୍ଯ୍ୟ ହୋଇନାହିଁ । ଏକପ୍ରକାର ଅନ୍ଧାର ଭିତରେ ରହିଛି ମଞ୍ଚାବନ୍ଧା ଇକୋ-ଟୁରିଜିମ୍‌ ପ୍ରକଳ୍ପର ଭାଗ୍ୟ ଭବିଷ୍ୟ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତିଙ୍କ ରିପୋର୍ଟ, ଇଟିଭି ଭାରତ

Intro:Body:

dhh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.