ETV Bharat / state

ଦୁବୁଲବେଡା ମୃତଦେହ ଉଦ୍ଧାର ଘଟଣା ଉପରୁ ଉଠିଲା ପରଦା: ତ୍ରିକୋଣୀୟ ପ୍ରେମରୁ ହତ୍ୟା

author img

By

Published : May 23, 2022, 7:40 AM IST

ଦୁବୁଲବେଡା ସ୍କୁଲ ନିକଟରୁ ଜଣେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଏହା ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ଦୁବୁଲବେଡା ସ୍କୁଲ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟାକାଣ୍ଡର ହେଲା ପର୍ଦ୍ଦାଫାଶ

ରାଇରଙ୍ଗପୁର: ଦୁବୁଲବେଡା ସ୍କୁଲ ନିକଟରୁ ଜଣେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣାରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ମହିଳାଙ୍କ ପରିଚୟ ମିଳିବା ସହ ହତ୍ୟାକାଣ୍ଡର ହୋଇଛି ଖୁଲାସା । ତେବେ ଏହା ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମେ ୧୮ରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଦୁବୁଲବେଡା ଉଚ୍ଚ ବିଦ୍ୟାଳୟ ନିକଟରେ ଏକ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରି ଘଟଣାର ଛାନଭିନ ଆରମ୍ଭ କରିଥିଲା । ପରେ ସେ ଜଣେ ବିଧବା ମହିଳା ଓ କଣ୍ଟାବଣୀ ଗ୍ରାମର ସୁବାସିନୀ ମାଝୀ ବୋଲି ଜଣାପଡ଼ିଥିଲା । ବିଧବା ମହିଳା ଜଣକ ଶ୍ରମିକ ଭାବେ କାମ କରୁଥିବା ବେଳେ ସ୍ୱାମୀଙ୍କ ସାଙ୍ଗ ବାଇଦାପୋଷିର ଦାସମାତ ମାଝୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ, ମହିଳା ଜଣକ ଅନ୍ୟ କାହା ସହ ସମ୍ପର୍କ ରଖିଥିବା ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା । ଗତ ମେ ୧୪ ତାରିଖ ଦିନ ସ୍କୁଲ ନିକଟରେ ମହିଳାଙ୍କ ସହ ଅନ୍ୟ ଏକ ଯୁବକର ପ୍ରେମାଳାପ ଚାଲିଥିବା ଦାସମାତ ଜାଣିବାକୁ ପାଇଥିଲେ ।

ଅନ୍ୟ ଯୁବକଙ୍କ ସହ ମିଶିବା ନେଇ କଥା ଉଠିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ଦାସମାତ ଏଥିରେ ଉତକ୍ଷୀପ୍ତ ହୋଇ ପଥରରେ ଛେଚି ମହିଳାଙ୍କୁ ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ ପାଇଁ ପଥରକୁ ପୋଖରୀରେ ଫିଙ୍ଗିଦେଇ ମହିଳାଙ୍କୁ ସ୍କୁଲ ନିକଟ ବୁଦାମୂଳେ ଲୁଚାଇ ଦେଇ ଫେରାର ହୋଇଯାଇଥିଲା । କିନ୍ତୁ, ପୋଲିସ ପଞ୍ଝାରୁ ଖସିପାରି ନଥିଲେ । ତେବେ ପୋଲିସ ହତ୍ୟାକାରୀ ପ୍ରେମିକ ଦାସମାତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଏସଡ଼ିପିଓ ରତିକାନ୍ତ ଗିରି କହିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.