ETV Bharat / state

ଶୁଣିଲାନି ପ୍ରଶାସନ, ନିଜ ପାଇଁ ରାସ୍ତା ତିଆରି କଲେ ଗ୍ରାମବାସୀ

author img

By

Published : May 21, 2021, 5:31 PM IST

ଶୁଣିଲାନି ପ୍ରଶାସନ, ନିଜେ ଶ୍ରମଦାନ କରି ନିଜ ଗାଁ ପାଇଁ ରାସ୍ତା ତିଆରି କରି ସମାଜ ପାଇଁ ଉଦାହରଣ ପାଲଟିଲେ ଦୁବୁଲାବେଡା ବାସିନ୍ଦା । ଅଧିକ ପଢନ୍ତୁ...

ଶୁଣିଲାନି ପ୍ରଶାସନ, ନିଜ ପାଇଁ ରାସ୍ତା ତିଆରି କଲେ ଗ୍ରାମବାସୀ
ଶୁଣିଲାନି ପ୍ରଶାସନ, ନିଜ ପାଇଁ ରାସ୍ତା ତିଆରି କଲେ ଗ୍ରାମବାସୀ

ରାଇରଙ୍ଗପୁର: ରାସ୍ତା ଖଣ୍ଡିଏ ପାଇଁ ପ୍ରଶାସନଙ୍କୁ ଗୁହାରୀ କରି ଥକି ଯାଇଥିଲେ ଗାଁ ଲୋକେ । ଶେଷରେ ପ୍ରଶାସନ ଉପରୁ ତୁଟିଗଲା ଭରଷା ଓ ନିଜ ପାଇଁ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଦୁବୁଲାବେଡା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ ।

ଆଜି ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଏଠାକାର ଲୋକେ । ଗ୍ରାମକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ମାଟି ରାସ୍ତାରେ ରହିଛି ବିରାଟ ବିରାଟ ଖାଲ ଖମା । ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହେଉଥିବା ବେଳେ ବର୍ଷ ତମାମ କାଦୁଅ ପଚପଚ । ପ୍ରତିଦିନ ହଜାର ହଜାର ଲୋକ ଯାତାୟତ କରୁଥିଲେ ମଧ୍ୟ ଭଲ ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଠାକାର ଲୋକେ । ରାସ୍ତାରେ ବଡ଼ ବଡ଼ ଖାଲ ଯୋଗୁଁ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ପହଞ୍ଚି ପାରେ ନାହିଁ । ସେଥିପାଇଁ ରୋଗୀଙ୍କୁ ହଳଦୀବଣୀ ଗ୍ରାମ ଡ୍ୟାମ ଛକ ପର୍ଯ୍ୟନ୍ତ ଦୁଇ କିଲୋମିଟର ଖାଟିଆରେ ବୋହିବାକୁ ପଡେ ।

ବର୍ଷା ଦିନରେ ସାଇକେଲ ଓ ମୋଟର ସାଇକେଲ ମଧ୍ୟ ଚଳାଚଳ ବନ୍ଦ ରୁହେ । ସ୍କୁଲକୁ ଯିବାକୁ ହେଲେ ଶିକ୍ଷକ ମାନଙ୍କୁ ଦୁଇ କିଲୋମିଟର ପୂର୍ବରୁ ଗାଡି ରଖି ଚାଲିଚାଲି ସ୍କୁଲକୁ ଯିବାକୁ ପଡିଥାଏ । ଛାତ୍ରଛାତ୍ରୀ ମାନେ ମଧ୍ୟ ବିଲ ହିଡ଼ ରାସ୍ତା ଦେଇ ସ୍କୁଲ ଯାଇଥାନ୍ତି । ରାସ୍ତା ଖଣ୍ଡିଏ ପାଇଁ ପଞ୍ଚାୟତ ଠୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ୟ୍ଯନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଯାଇଥିଲେ ଗାଁଲୋକେ କିନ୍ତୁ ଯେତେ ଗୁହାରୀ କଲେ ମଧ୍ୟ କେବଳ ମିଳୁଥିଲା ପ୍ରତିଶ୍ରୁତି । ଶେଷରେ ଗାଁ ର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ । ଆଉ ହାତକୁ ହାତ ମିଳାଇ ମରାମତି କଲେ ଗାଁ ରାସ୍ତା ।

ଜେସିବି ଲଗାଇ ଟ୍ରାକ୍ଟରରେ ମୋରମ ଓ ମାଟି ଆଣି ନିଜେ ଶ୍ରମଦାନ କରି ଗାଁ ପାଇଁ ରାସ୍ତା ତିଆରି କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଗାଁ ଲୋକେ । ଏହି ରାସ୍ତା ତିଆରି କରିବା ପାଇଁ ପ୍ରତ୍ୟେକଙ୍କ ଘରୁ ୧୫୦୦ ଶହ ଟଙ୍କା ଲେଖାଏଁ ଚାନ୍ଦା ଉଠାଇ ଟ୍ରାକ୍ଟର ଓ ଜେସିବି ଲଗାଇ ନିଜେ ଶ୍ରମ ଦାନ କରି ଦୁଇ ଦିନରେ ସମ୍ପୂର୍ଣ୍ଣ କରି ଦେଖାଇଛନ୍ତି ଗାଁ ଲୋକେ । ରାସ୍ତା ମରାମତି ପରେ ଏବେ ଗାଁକୁ ଚାରି ଚକିଆ ଯାନ ଆସି ପାରୁଛି । ତେବେ ଏହି ମାଟି ରାସ୍ତା ବାରମ୍ବାର ଖରାପ ହେଉଥିବା ବେଳେ ସରକାରଙ୍କ ତରଫରୁ ଏକ କଂକ୍ରିଟ ରାସ୍ତା ନିର୍ମାଣ ନେଇ ଦାବି କରିଛନ୍ତି ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.