ETV Bharat / state

ଜାତୀୟ ରାଜପଥରେ ଚାଳକଙ୍କୁ ହତ୍ୟା, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ତଦନ୍ତ ଜାରି - Scientific Team

ଟ୍ରକ୍ ଚାଳକଙ୍କୁ ହତ୍ୟା ପରେ ଲୁଟ୍ କଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ଜାତୀୟ ରାଜପଥରେ ଚାଳକଙ୍କୁ ହତ୍ୟା, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ତଦନ୍ତ ଜାରି

author img

By

Published : Aug 16, 2021, 8:25 PM IST

ରାଇରଙ୍ଗପୁର: ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ ଚାଳକଙ୍କ ନିକଟରୁ ଲୁ୍ଟ୍ ଉଦ୍ୟମ । ଲୁଟ୍ ପରେ ଟ୍ରକ ଚାଳକକୁ ହତ୍ୟା କଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଧାଙ୍ଗୁଡିମୁସା ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ।

ଜାତୀୟ ରାଜପଥରେ ଚାଳକଙ୍କୁ ହତ୍ୟା, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ତଦନ୍ତ ଜାରି

ସୂଚନାନୁସାରେ ନାଗପୁରରୁ କଲିକତା ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକର ଚାଳକ ଓ ହେଲପର ଏହି ଲୁଟର ଶିକାର ହୋଇଛନ୍ତି । ରବିବାର ବିଳମ୍ବିତ ରାତିରେ ଗାଡିର ପଙ୍କଚର ଠିକ୍ କରୁଥିବା ସମୟରେ କିଛି ଦୁର୍ବୃତ୍ତ ଟ୍ରକ ଡ୍ରାଇଭରଙ୍କ ପାଖରୁ ଟଙ୍କା ପଇସା ଲୁଟ କରି ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ତେବେ ଟ୍ରକରେ ଥିବା ଜିନିଷପତ୍ର ଲୁଟ ହୋଇଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ତେବେ ଲୁଟରୁ ବର୍ତ୍ତିବା ପାଇଁ ଡ୍ରାଇଭର ଗାଡି ଛାଡି ଦୌଡ଼ି ପଳାଇବା ସମୟରେ ଦୁର୍ବୃତ୍ତମାନେ ଟ୍ରକ ଡ୍ରାଇଭରଙ୍କୁ ହତ୍ୟା କରିଥିବା ଓ ହେଲପରକୁ ମାଡ ମାରି ଆହତ କରିଥିବା ଜଣାପଡ଼ିଛି । ଲୁଟ ପରେ ଗାଡି ହେଲପର ଘଟଣାସ୍ଥଳରୁ ଗାଡିକୁ ଏକ ଢ଼ାବା ପର୍ଯ୍ୟନ୍ତ ନେଇ ଗାଡି ମାଲିକ ଏବଂ ପୋଲିସକୁ ଖବର ଦେଇଥିଲେ ।

ଏନେଇ ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରାଥମିକ ତଦନ୍ତରୁ ଡ୍ରାଇଭରକୁ ହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇପାରି ନଥିଲେ ସୁଦ୍ଧା ଡ୍ରାଇଭରର ଦେହରେ ସେପରି କୌଣସି କ୍ଷତ ଚିହ୍ନ ନ ଥିବାରୁ ବିଶୋଇ ଥାନା ପୋଲିସ ଅଧିକ ତଦନ୍ତ ପାଇଁ ବାରିପଦାରୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଦାରି ରଖିଛି । ତେବେ ମୃତ ଟ୍ରକ ଚାଳକ ଜଣକ ମହାରାଷ୍ଟ୍ରର ମଣ୍ଟୁ ରାଜପୁତ ବୋଲି ଜଣାପଡିଛି । ତେବେ କିଛି ଦିନ ହେବ ଜାତୀୟ ରାଜପଥ ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ରହିବା ନେଇ ପୋଲିସର ନିଦ ହଜାଇ ଦେଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.