ETV Bharat / state

ଡ୍ରାଇଭରଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଓଡିଶା ମୋଟର ଚାଳକ ସଂଘ ଗଠିତ - ଡ୍ରାଇଭରଙ୍କ ବିଭିନ୍ନ ଦାବି ପୂରଣ ପାଇଁ

ଓଡିଶା ମୋଟର ଚାଳକ ସଂଘର ମୟୂରଭଞ୍ଜ ଜିଲ୍ଲା କୋଷ୍ଠ। ଓ ବାଘଡା ସଂଘ ଗଠିତ । ଚାଳକଙ୍କ ବିଭିନ୍ନ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ ପାଇଁ ଆଲୋଚନା ହୋଇଛି । ଅଧିକ ପଢନ୍ତୁ.....

driver association meeting in Mayurbhanj
ଡ୍ରାଇଭରଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଓଡିଶା ମଟର ଚାଳକ ସଂଘର ଶାଖା ଗଠିତ
author img

By

Published : Oct 17, 2020, 8:47 PM IST

ବାରିପଦା: ରାଜ୍ୟସ୍ତରୀୟ ଓଡିଶା ମୋଟର ଚାଳକ ସଂଘର ନୂତନ ଶାଖା ଗଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କୋଷ୍ଠ। ହାଟ ପଡିଆରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୋଷ୍ଠ। ଓ ବାଘଡା ମୋଟର ଚାଳକ ସଂଘ ଗଠିତ ହୋଇଛି ।

ରାଜ୍ୟରେ ଶ୍ରମିକମାନଙ୍କୁ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଡ୍ରାଇଭରଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛି ଓଡିଶା ମୋଟର ଚାଳକ ସଂଘ । ସଂଘର ଅଭିଯୋଗ ଅନୁଯାୟୀ ଦେଶ ସ୍ୱାଧୀନତାର ଦୀର୍ଘ ୭୪ ବର୍ଷ ପରେ ମଧ୍ୟ ଡ୍ରାଇଭରମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ ।

ଡ୍ରାଇଭରଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଓଡିଶା ମଟର ଚାଳକ ସଂଘର ଶାଖା ଗଠିତ

ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରି ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଡ୍ରାଇଭରମାନଙ୍କୁ ମଧ୍ୟ ସେ ସବୁ ଯୋଜନାରେ ସାମିଲ କରାଯାଇ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ମହାମାରୀ କୋରୋନା ସମୟରେ ଡ୍ରାଇଭରଙ୍କ ଭୂମିକା ଗୁରୁତ୍ୱପୁର୍ଣ ଥିବାବେଳେ ସେମାନଙ୍କୁ କାହିଁକି କୋଭିଡ ଯୋଦ୍ଧା ଘୋଷଣା କରାଗଲା ନାହିଁ ବୋଲି ପ୍ରଶ୍ନ କରିଛି ସଂଘ । ଆଗାମୀ ଦିନରେ ସରକାର ଡ୍ରାଇଭରଙ୍କ ଦାବି ପୂରଣ ନ କଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ଓଡିଶା ମୋଟର ଚାଳକ ସଂଘରେ ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ, କୋଷ୍ଠ। ସରପଞ୍ଚ ଚନ୍ଦ୍ର ମୋହନ ନାଏକ, ଜିଲ୍ଲା ଭାରତୀୟ ମଜଦୂର ସଂଘର ଉପ ସଭାପତି ବିଶାମ୍ବର ଦାସ, ଦେଉଳି ମଣ୍ଡଳର ବିଜେପି ସଭାପତି ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.