ETV Bharat / state

ମୟୂରଭଞ୍ଜ ଡବଲ ମର୍ଡର; ତିନି ଦିନ ପରେ ମିଳିଲା ମୃତଦେହ - ଦମ୍ପତିଙ୍କୁ ହତ୍ୟା

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସିତାରାମସାହିକୁ ଦମ୍ପତ୍ତି ଫୁଟବଲ ଖେଳ ଦେଖିବାକୁ ଯାଇ ଘରକୁ ଫେରି ନଥିବା ଘଟଣା । ତିନିଦିନ ଧରି ନିଖୋଜ ଥିବା ଦମ୍ପତିଙ୍କର ଆଜି ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର ହୋଇଥିବା ଜଣାପଡିଛି ।

ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର
author img

By

Published : Oct 9, 2019, 5:38 PM IST

ବାରିପଦା: ଜିଲ୍ଲାରେ ତିନିଦିନ ଧରି ନିଖୋଜ ଥିବା ଦମ୍ପତିଙ୍କର ମୃତଦେହ ଉଦ୍ଧାର ହୋଇଛି । ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ଦମ୍ପତ୍ତି । ତେବେ ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର ହୋଇଥିବା ଜଣାପଡିଛି । ଦୀର୍ଘ ୬୯ ଘଣ୍ଟା ପରେ ବୁଧବାର ସୋନ ଡ୍ୟାମରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ମୃତଦେହକୁ ଉଦ୍ଧାର କରିଛି ।

ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର

ସୂଚନାନୁଯାୟୀ, ଗତ 6 ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସିତାରାମସାହିକୁ ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ସ୍ଵାମୀ ସିତାରାମ ସିଂ ଏବଂ ସ୍ତ୍ରୀ ଲେତ ସିଂ । ପରିବାର ଲୋକେ ବହୁତ ଖୋଜିବା ପରେ ବିଲରେ ରକ୍ତଛିଟା ଚପଲ ଏବଂ ଚୁଡି ଦେଖି କେହି ହତ୍ୟା କରି ସୁନେଇ ଡ୍ୟାମକୁ ପିଙ୍ଗି ଦେଇଥିବା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ।

ତେବେ ଦୀର୍ଘ ୬୯ ଘଣ୍ଟାର ପରିଶ୍ରମ ପରେ ଓଡ୍ରାଫ ଟିମ ଗଭୀର ସୋନ ଡ୍ୟାମ ଭିତରୁ ଦମ୍ପତିଙ୍କ ମୃତ ଦେହକୁ ଉଦ୍ଧାର କରିଛି । କିଛିଦିନ ତଳେ ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ନିଜ ଗାଁ ପାଖରେ ଗ୍ରାମବାସୀ ବାନ୍ଧି ପିଟିଥିଲେ । ତେବେ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ୟୁରଭଞ୍ଜ ଜିଲ୍ଲାରେ ଚାଞ୍ଚଲ୍ୟ ଗୁଣିଗାରେଡି ସନ୍ଧେହ ରେ ଡବଲ ମର୍ଡର , ତିନି ଦିନ ଧରି ନିଖୋଜ ଥିବା ଦମ୍ପତି ର ମୃତ ଦେହ ଉଦ୍ଧାର, ଦୀର୍ଘ ୬୯ ଘଣ୍ଟା ପରେ ସୋନ ଡ୍ୟାମରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତ ଦେହ କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ - ଗୁଣିଗାରେଡି ସନ୍ଧେହ ରେ ଦମ୍ପତି ଙ୍କୁ ହତ୍ୟା ପରେ ଅତି ବିଭତ୍ସ ଭାବେ ପଥର ରେ ହାତ ଗୋଡ ବାନ୍ଧି ଡ୍ୟାମ ଭିତରକୁ ଫୋପାଡ଼ି ଦେଇଥିଲେ - ଗତ ୬ ତାରିଖ ଦିନ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସିତାରାମସାହି କୁ ଦମ୍ପତି ଫୁଟବଲ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ - ଦମ୍ପତି ଦୁଇଜଣ ହେଲେ ସ୍ଵାମୀ ସିତାରାମ ସିଂ ଏବଂ ସ୍ତ୍ରୀ ଲେତ ସିଂ । ପରିବାର ଲୋକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ସାଇଣ୍ଟିଫିକ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା - ତେବେ ଡ୍ୟାମ ନିକଟରୁ ଦମ୍ପତି ଙ୍କ ଚପଲ , ଚୁଡ଼ି ଓ ରକ୍ତ ଛିଟା ଦେଖି ଅନୁମାନ କରିଥିଲେ ହତ୍ୟାକାରୀ ମାନେ ଦମ୍ପତି ଙ୍କୁ ହତ୍ୟା ପରେ ଡ୍ୟାମ କୁ ଫିଙ୍ଗି ଦେଇଥିଲେ - ତେବେ ଦୀର୍ଘ ୬୯ ଘଣ୍ଟା ର ପରିଶ୍ରମ ପରେ ଓଡ୍ରାଫ ଟିମ ଗଭୀର ସୋନ ଡ୍ୟାମ ଭିତରୁ ଦମ୍ପତି ଙ୍କ ମୃତ ଦେହ କୁ ଉଦ୍ଧାର କରିଛି - କିଛି ଦିନ ତଳେ ଗୁଣିଗାରେଡି ସନ୍ଧେହ ରେ ଦମ୍ପତି ଙ୍କୁ ନିଜ ଗାଁ ପାଖରେ ଗ୍ରାମବାସୀ ବାନ୍ଧି ପିଟିଥିଲେ - ତେବେ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଛି -Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.