ETV Bharat / state

ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଛାତ୍ରଛାତ୍ରୀ ଉତ୍ସାହିତ - dist level science exhibition

ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ୬ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯିବ।

science
science
author img

By

Published : Dec 15, 2019, 11:54 PM IST

ରାଇରଙ୍ଗପୁର: ଦୁଇ ଦିବସୀୟ ୩୮ ତମ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଛି। ଜିଲ୍ଲାର ପ୍ରତି ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରୁ କୃତିତ୍ବ ଲାଭ କରିଥିବା ୧୯୬ଟି ପ୍ରକଳ୍ପ ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ସ୍ଥାନ ପାଇଥିଲା।

ଜୋନ୍ ସ୍ତରୀୟ ବିଜ୍ଞାନ ମେଳାରୁ ୬ଟି ପ୍ରକଳ୍ପକୁ ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯିବ। ଡିଇଓ ଧ୍ରୁବ ଚରଣ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସ୍ବଧା ଦେବ ସିଂ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ବୈଜ୍ଞାନିକ ଚିନ୍ତାଧାରାର ବିକାଶ ପାଇଁ ଏପରି ପ୍ରୟାସ ହାତକୁ ନିଆଯାଇଥିବା ଡିଇଓ ପ୍ରକାଶ କରିଥିଲେ।

୩୮ ତମ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

ଏହାସହିତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଚୟନ ହେବା ନେଇ ବେଶ ଉତ୍ସାହ ଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିବସୀୟ ୩୮ ତମ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରତି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରୁ କୃତିତ୍ୱ ଲାଭ କରିଥିବା ୧୯୬ ଟି ପ୍ରକଳ୍ପ ଏହି ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିଥିଲେ। ଜୋନ୍ ସ୍ତରୀୟ ବିଜ୍ଞାନ ମେଳା ରୁ ୬ ଟି ପ୍ରକଳ୍ପ କୁ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ପାଇଁ ଚୟନ କରାଯିବ। ଡିଇଅ ଧ୍ରୁବ ଚରଣ ବେହେରାଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସ୍ବଧା ଦେବ ସିଂ ଯୋଗଦାନ କରି ପ୍ରଭୁ ଜଗନ୍ନାଥ ଙ୍କ ଫୋଟରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ଓ ବୈଜ୍ଞାନିକ ଚିନ୍ତାଧାରା ର ବିକାଶ ପାଇଁ ଏପରି ପ୍ରୟାସ ହାତକୁ ନିଆଯାଇଥିବା ଡିଇଅ ପ୍ରକାଶ କରିଥିଲେ। ତା ସହିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ରେ ଚୟନ ହେବା ନେଇ ବେଶ ଉତ୍ସାହ ଥିବା ଦେଖିବାକୁ ମିଳିଥିଲା। ସନ୍ଧ୍ୟା ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
byte 1 _ ସଞ୍ଜିବନି ସାହୁ, ଛାତ୍ରୀ, ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା।
byte 2 _ ଶିବ ଶଙ୍କର ମହାନ୍ତ, ଛାତ୍ର, ସାନନଈଁ ସରକାରୀ ବିଦ୍ୟାଳୟ, ଯଶିପୁର।
byte 3 _ ଭାଗବତ ସେନାପତି, ଶିକ୍ଷକ, ବାରବାଡି ସରକାରୀ ପିଏସ ବିଦ୍ୟାଳୟ।, କପ୍ତିପଦା।

Body:x

Conclusion:x

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.