ETV Bharat / state

ସାନ୍ତାଳୀଙ୍କ ଦିଶମ ବାହା ପର୍ବ, ପୂଜା ପରେ ଜଙ୍ଗଲ ଯାଆନ୍ତି ଲୋକେ - ଦିଶମ ବାହା ପର୍ବ

ଆଦିବାସୀ ଜନଜାତିଙ୍କ ଆସ୍ଥା ଓ ବିଶ୍ବାସର ପର୍ବ ମଧ୍ୟରୁ ଅନ୍ୟତମ ସାନ୍ତାଳୀ ସଂପ୍ରଦାୟର ଦିଶମ ବାହା ପର୍ବ । ଚଳିତ ବର୍ଷ ବେଶ ଧୁମଧାମରେ ପାଳନ ହୋଇଛି ଏହି ପର୍ବ । ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଠାରେ ଦିଶମ ବାହା ପର୍ବ ପାଳନ ଏବଂ ଏହି ପର୍ବର ବିଶେଷତ୍ଵକୁ ନେଇ ଦେଖିନ୍ତୁ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ।

ଦିଶମ ବାହା ପର୍ବ, ପୂଜା ପରେ ଜଙ୍ଗଲ ଯାଆନ୍ତି ଲୋକେ

author img

By

Published : Mar 20, 2022, 5:24 PM IST

ରାଇରଙ୍ଗପୁର: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜ । ଏଠାରେ ବାର ମାସରେ ତେର ପର୍ବ ପାଳନ ହୁଏ । ସେଥିମଧ୍ୟରୁ ସାନ୍ତାଳୀ ସମ୍ପ୍ରଦାୟର ଦିଶମ ବାହା ପର୍ବ ଅନ୍ୟତମ । ସାନ୍ତାଳୀ ଭାଷାରେ ଦିଶମ ବାହା ପର୍ବର ଅର୍ଥ ହେଉଛି ଅଞ୍ଚଳର ଫୁଲ ବାଙ୍ଗୁଣି ଉତ୍ସବ ବା ଅଞ୍ଚଳର ଫୁଲ ପୂଜା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଜିଲ୍ଲାର ବିଶୋଇ ଠାରେ ଏହି ପର୍ବ ପାଳିତ ହୋଇଯାଇଛି । ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଜାହିରା ଠାରେ ଠାକୁର ଦର୍ଶନ କରିବା ସହିତ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି । ପ୍ରକୃତି ପୂଜକ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଫଗୁଣ ମାସର ପୂର୍ଣ୍ଣିମୀ ଦିନ ଏହି ପର୍ବକୁ ପାଳନ କରିଥାନ୍ତି । ବାହା ପର୍ବ ବା ଫୁଲ ପୂଜା ହେଉଛି ସାନ୍ତାଳୀ ସମ୍ପ୍ରଦାୟର ଏକ ବଡ଼ ପର୍ବ । ଫଗୁଣ ମାସରେ ଫଳୁଥିବା ନୁଆ ଫଳ, ଫୁଲ ଓ ପତ୍ରକୁ ଗାଁ ଜାହିରା ( ଧର୍ମ ପୀଠ)ରେ ପୂଜା କରାଯାଏ ।

ଦିଶମ ବାହା ପର୍ବ, ପୂଜା ପରେ ଜଙ୍ଗଲ ଯାଆନ୍ତି ଲୋକେ

ସାନ୍ତାଳୀ ପୂଜାରୀ ଗ୍ରାମର ଜାହିରାରେ ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ସାନ୍ତାଳୀ ପାରମ୍ପରିକ ରୀତିନୀତି ଅନୁଯାୟୀ କଅଁଳ ଶାଳ ଫୁଲକୁ ପୂଜା କରିଥାନ୍ତି । ପୂଜା ପରେ ଶ୍ରଦ୍ଧାଳୁମାନେ ପୂଜାରୀଙ୍କ ଠାରୁ ସେହି ଫୁଲକୁ ଠାକୁରଙ୍କ ଆଶୀର୍ବାଦ ସ୍ବରୂପ ଗ୍ରହଣ କରିଥାନ୍ତି । ମହିଳା ଶ୍ରଦ୍ଧାଳୁମାନେ ପୂଜା ହୋଇଥିବା ଶାଳ ଫୁଲକୁ ମଥାରେ ଖୋସି ଧାର୍ମିକ ବିଧି ପାଳନ କରୁଥିବା ବେଳେ ପୁରୁଷ ଶ୍ରଦ୍ଧାଳୁମାନେ ଫୁଲକୁ କାନରେ ଲଗାଇଥାନ୍ତି । ପୂଜା ପରେ ଶ୍ରଦ୍ଧାଳୁମାନେ ଏକତ୍ରିତ ବସି ଭୋଗ ଖାଇବାର ଆନନ୍ଦ ଲାଭ କରିଥାନ୍ତି । ଜାହିରାରେ ପୂଜା କର୍ମ ସମ୍ପନ୍ନ କରି ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମାଦଳର ତାଳେ ତାଳେ ପାରମ୍ପରିକ ନୃତ୍ୟ ଗୀତରେ ଝୁମି ଉଠି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି । ଜାହିରା ପୀଠରେ ନାଚଗୀତ କରିବା ପରେ ବିଭିନ୍ନ ଛକରେ ପୂଜାରୀଙ୍କ ଗୋଡ଼ ଧୋଇ ସ୍ବାଗତ ଓ ଆଶୀର୍ବାଦ ଭିକ୍ଷା କରିଥାନ୍ତି ।

ପରମ୍ପରା ଅନୁଯାୟୀ, ପୂଜା ନ ହେବା ପର୍ଯ୍ୟନ୍ତ ସାନ୍ତାଳୀ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ଜଙ୍ଗଲ ପ୍ରବେଶ ଫୁଲ ଫଳ ଓ ଡାଳ ପତ୍ର ଆଦି ତୋଳିବା ଓ ବ୍ୟବହାର କରିବା ନିଷେଦ୍ଧ ରହିଥାଏ । ଏହି ପୂଜା ପରେ ହିଁ ସାନ୍ତାଳୀ ଲୋକେ ଜଙ୍ଗଲ ଜାତ ଦ୍ରବ୍ଯ ଯଥା ଫୁଲ,ଫଳ ଓ ପତ୍ରକୁ ଛୁଇଁବା ସହିତ ବ୍ୟବହାର କରିଥାନ୍ତି । ତେବେ ୬୪ ମୌଜା ବିଶିଷ୍ଟ ବିଶୋଇ ପିଢର ମୁଖ୍ୟ ମାଝୀ ବାବା, ପୂଜକ, ମୁଖିଆ, ଗ୍ରାମବାସୀ ଏକତ୍ରିତ ହୋଇ ବିଶୋଇ ସ୍ଥିତ ଦିଶୋମ ଜାହେରରେ ପାଳନ କରିଛନ୍ତି ଏହି ପର୍ବ ।

ମୁଖ୍ୟତଃ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଜାହିରାରେ ତାଙ୍କ ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଗ୍ରହଣ କରିବା ସହିତ ସୁଖ ସମୃଦ୍ଧି କାମନା କରିଥାନ୍ତି । କାହିଁ କେଉଁ ଆଦିମ କାଳରୁ ବିଶ୍ୱାସ ରହିଆସିଛି ଯେ, ଜାହିରାରେ ଠାକୁରଙ୍କ ଦର୍ଶନ କରି ଯିଏ ଯାହା ମନାସେ ତାହା ପାଏ । ଠାକୁରଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ସାନ୍ତାଳୀ ଲୋକେ ଜାହିରାରେ ମାନସିକ ମଧ୍ୟ ରଖିଥାନ୍ତି । ମନସ୍କାମନା ପୂର୍ଣ୍ଣ ହେଲେ ସେମାନେ ଏଠାକୁ ଆସି ପୂଜାର୍ଚ୍ଚନା କରିଥାନ୍ତି । ଏହି ଧର୍ମ ପୀଠକୁ ଆସି ଠାକୁରଙ୍କ ଶରଣାଗତ ହେଲେ ରୋଗ ବ୍ୟାଧିରୁ ମୁକ୍ତି ପାଇବା ସହିତ ଧନଧାନ୍ୟ ପ୍ରାପ୍ତ ହୁଏ ବୋଲି ସାନ୍ତାଳୀ ଶ୍ରଦ୍ଧାଳୁ ବିଶ୍ୱାସ କରନ୍ତି । ଆସ୍ଥା ଓ ବିଶ୍ବାସର ପର୍ବ କୁହାଯାଉଥିବା ଏହି ଦିଶମ ବାହା ପର୍ବକୁ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହ ସହକାରେ ପ୍ରତ୍ୟେକ ବର୍ଷ ପାଳନ କରିଥାନ୍ତି ସାନ୍ତାଳୀ ସମ୍ପ୍ରଦାୟର ଲୋକେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.