ବାରିପଦା: ଆସନ୍ତା ୨୬ ତାରିଖରେ ଦଶମ ଓ ଦ୍ଵାଦଶ ସ୍କୁଲ ଖୋଲିବାକୁ ଯାଉଛି । ତେବେ ସ୍କୁଲ ଖୋଲିବା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍କୁଲରେ ସ୍ଥିତି ପରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗର ଡେପୁଟି ଡିରେକ୍ଟର ବା ଉପନିର୍ଦ୍ଦେଶକ ଅମୀୟ କୁମାର ରାଉତ ।
ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା ୨୬ ତାରିଖରୁ ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଖୋଲିବାକୁ ଯାଉଛି । ତେବେ ଦୀର୍ଘ ଦିନ ହେବ ବନ୍ଦ ରଖିଥିବା ସ୍କୁଲ ଏବେ କେଉଁ ସ୍ଥିତିରେ ଅଛି ତାକୁ ନେଇ ଗୁରୁବାର ଜିଲ୍ଲା ଗସ୍ତରେ ଆସିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଡେପୁଟି ଡିରେକ୍ଟର ଅମୀୟ କୁମାର ରାଉତ । ଜିଲ୍ଲା ଗସ୍ତରେ ଆସି ବେତନଟୀ ବ୍ଲକ ବେତନଟୀ ହାଇସ୍କୁଲ ଏବଂ ଗରୁଡ଼ବସା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ।
ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବା ପୂର୍ବରୁ ଜିଲ୍ଲାର ସ୍କୁଲଗୁଡିକ ବୁଲି ଦେଖିଛନ୍ତି । ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଡେପୁଟି ଡିରେକ୍ଟର ଅମୀୟ କୁମାର ରାଉତଙ୍କ ସହ ଜିଲ୍ଲା ଶିକ୍ଷା ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ