ETV Bharat / state

ବ୍ୟକ୍ତିଗତ ସଞ୍ଚୟ ଖାତାରେ ସରକାରୀ ଅର୍ଥ, ଅଧିକାରୀଙ୍କ ପାଖରେ ନାହିଁ ଉତ୍ତର - departmental officials

ଗତ କିଛି ମାସ ପୂର୍ବରୁ ପ୍ରତ୍ୟେକ ଦୁଇ ତିନି ମାସ ବ୍ୟବଧାନରେ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଓଡିଶା ସରକାରଙ୍କ ଟ୍ରେଜେରୀ ବିଭାଗରୁ କୋଟି କୋଟି ଟଙ୍କା ଆସିବା ଏବେ ରହସ୍ୟମୟ ।

deposits-in-personal-savings-accounts-are-government-money-departmental-officials-have-no-answer
ବ୍ୟକ୍ତିଗତ ସଞ୍ଚୟ ଖାତାରେ ସରକାରୀ ଅର୍ଥ, ଅଧିକାରୀଙ୍କ ପାଖରେ ନାହିଁ ଉତ୍ତର
author img

By

Published : Apr 23, 2020, 5:00 PM IST

Updated : Apr 23, 2020, 6:43 PM IST

ରାଇରଙ୍ଗପୁର: ଠାକୁରମୁଣ୍ଡା ପଞ୍ଚାୟତ ସମିତିର କୋଟି କୋଟି ସରକାରୀ ଟଙ୍କା ବ୍ୟକ୍ତିଗତ ସଞ୍ଚୟ ଖାତାରେ ଜମା । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ପଞ୍ଚାୟତ ସମିତିରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଗତ କିଛି ମାସ ପୂର୍ବରୁ ପ୍ରତ୍ୟେକ ଦୁଇ ତିନି ମାସ ବ୍ୟବଧାନରେ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଓଡିଶା ସରକାରଙ୍କ ଟ୍ରେଜେରୀ ବିଭାଗରୁ କୋଟି କୋଟି ଟଙ୍କା ଆସିବା ଏବେ ରହସ୍ୟମୟ ।

ବ୍ୟକ୍ତିଗତ ସଞ୍ଚୟ ଖାତାରେ ସରକାରୀ ଅର୍ଥ, ଅଧିକାରୀଙ୍କ ପାଖରେ ନାହିଁ ଉତ୍ତର

ସୂଚନା ଅନୁସାରେ ଠାକୁରମୁଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ପଳିଆବେଡା ଗ୍ରାମପଞ୍ଚାୟତ ବଡପୋଷି ଗ୍ରାମର ବେଣୁଧର ମହାନ୍ତଙ୍କ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଠାକୁରମୁଣ୍ଡା ଶାଖାର ସଞ୍ଚୟ ଖାତା ନମ୍ବର 546510110007943 କୁ ପ୍ରତ୍ୟେକ ଦୁଇ ତିନି ମାସରେ କୋଟି କୋଟି ଟଙ୍କା ଜମା ହୋଇଛି । ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାକୁ ବାରମ୍ବାର କୋଟି କୋଟି ଟଙ୍କା ଓଡ଼ିଶା ସରକାରଙ୍କ ଟ୍ରେଜେରୀ ବିଭାଗ ପକ୍ଷରୁ ଆସିଥିବା ବେଳେ ଏହାକୁ କିପରି କୌଣସି କର୍ମଚାରୀ କିମ୍ବା ଉଚ୍ଚ ପଦାଧିକାରୀ ମାନେ ଜାଣିପାରୁ ନାହାଁନ୍ତି ତାହା ଏବେ ରହସ୍ୟମୟ । ସୂଚନା ଅନୁଯାୟୀ ଠାକୁରମୁଣ୍ଡା ପଞ୍ଚାୟତ ସମିତିକୁ ଆସୁଥିବା ସାମାଜିକ ସୁରକ୍ଷା ଟଙ୍କା ପଞ୍ଚାୟତ ସମିତି ସଞ୍ଚୟ ଖାତାକୁ ନ ଆସି ମାସ ମାସ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଖାତାରେ କୋଟି କୋଟି ଟଙ୍କା ଜମା ହୋଇଛି ।

ଏ ନେଇ ଟ୍ରେଜେରୀ କର୍ମଚାରୀ କିମ୍ବା ପଞ୍ଚାୟତ ସମିତି କର୍ମଚାରୀ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ଟଙ୍କା ସମ୍ପର୍କରେ ସୂଚନା ଦିଆ ଯାଇନାହିଁ । ଏହା ପଞ୍ଚାୟତ ସମିତିର କେଉଁ ଟଙ୍କା ଏବଂ କେଉଁ ବିଭାଗକୁ ଆସୁଥିଲା ତାହା ମଧ୍ୟ ଅସ୍ପଷ୍ଟ ରହିଛି । ମାସ ମାସ ଧରି ଉକ୍ତ ବିଭାଗକୁ ଟଙ୍କା ନ ଆସିବା କିମ୍ବା ଟଙ୍କା ଅନ୍ୟ ଖାତାକୁ ଚାଲିଯାଇଥିବା ସୂଚନା ଉକ୍ତ ବିଭାଗର କର୍ମଚାରୀଙ୍କ ପାଖରେ ଯଦି ଥିଲା କାହିଁକି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଗଲା ନାହିଁ । ତେବେ ଏତେ ଟଙ୍କା କେଉଁ ପରିସ୍ଥିତିରେ ଏକ ନିର୍ଦ୍ଦିଷ୍ଟ ଖାତାକୁ ଗଲା ତାର ବିଧିବଦ୍ଧ ତଦନ୍ତ କରାଯିବା ସହିତ ଏଥିରେ ଥିବା କର୍ମଚାରୀଙ୍କୁ କୋଠର ଦଣ୍ଡରେ ଦଣ୍ଡିତ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Apr 23, 2020, 6:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.