ETV Bharat / state

ବାରିପଦାରେ ରଥଯାତ୍ରା ପାଇଁ ଦାବି: ଏକଜୁଟ ହେଲେ ହିନ୍ଦୁ, ମୁସଲିମ୍ - ବାରିପଦାରେ ରଥଯାତ୍ରା ଦାବି

ମୟୂରଭଞ୍ଜର ଦ୍ବିତୀୟ ଶ୍ରୀକ୍ଷେତ୍ର କୁହା ଯାଉଥିବା ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିରରେ ରଥଯାତ୍ରା ପାଇଁ ଦାବି । ଅଧିକ ପଢନ୍ତୁ...

ବାରିପଦାରେ ରଥଯାତ୍ରା ପାଇଁ ଦାବି: ଏକଜୁଟ ହେଲେ ହିନ୍ଦୁ, ମୁସଲିମ୍

author img

By

Published : Jun 17, 2021, 1:23 PM IST

ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ଦାବି । ହିନ୍ଦୁ ମୁସଲିମ୍ ଏକଜୁଟ ହୋଇ ଜଗନ୍ନାଥ ମନ୍ଦିରରୁ ମା' ଅମ୍ବିକା ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରି ରଥଯାତ୍ରା ପାଇଁ ସରକାରଙ୍କୁ କଲେ ନିବେଦନ ।

ବାରିପଦାରେ ରଥଯାତ୍ରା ପାଇଁ ଦାବି: ଏକଜୁଟ ହେଲେ ହିନ୍ଦୁ, ମୁସଲିମ୍

କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇ ଥିବାବେଳେ ରାଜ୍ୟର ଆଉ କୌଣସି ସ୍ଥାନରେ ରଥଯାତ୍ରା ବନ୍ଦ ପଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁମତି ପାଇଁ ଦିନକୁ ଦିନ ଦାବି ଜୋର ଧରିଛି । ବାରିପଦା ଠାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ରଥଯାତ୍ରା ପାଇଁ ଦାବି କରାଯାଇଛି । ଏହି ପ୍ରରିପେକ୍ଷୀରେ ଆଜି(ଗରୁବାର) ମଠ ମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଶ୍ରୀ ଶ୍ରୀ ହରିବଳଦେବଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇ ଇଷ୍ଟଦେବୀ ମା' ଅମ୍ବିକାଙ୍କ ମନ୍ଦିର ପର୍ଯ୍ୟନ୍ତ କରାଯାଇଛି ।

ପଦଯାତ୍ରାରେ ବାରିପଦା ସହରର ପ୍ରାୟ 2 ହଜାର ଊର୍ଦ୍ଧ୍ବ ଲୋକେ ଯୋଗଦାନ କରିବା ସହ ହାତରେ ପ୍ଲାକାର୍ଡ ଧରି ଦ୍ୱିତୀୟ ଶ୍ରୀ କ୍ଷେତ୍ରରେ ପୁରୀ ଭଳି ରଥଯାତ୍ରା କୋଭିଡ ନିୟମ ମାନି ପାଳନ କରିବାକୁ ନିବେଦନ କରିଛନ୍ତି । ବାରିପଦା ବଡ଼ଦାଣ୍ଡରେ ମହିଳାମାନେ ଶଙ୍ଖ ହୁଳହୁଳି ସହ ସେବାୟତମାନେ ଘଣ୍ଟା ବଜାଇ ରଥଯାତ୍ରା ଅନୁମତି ପାଇଁ ଦାବି କରିଛନ୍ତି । ସବୁଠାରୁ ବଡ କଥା ହେଉଛି ହିନ୍ଦୁଙ୍କ ସହ ମୁସଲିମ ସମ୍ପ୍ରଦାୟର ଲୋକେ ବି ଏହି ପଦଯାତ୍ରାରେ ସାମିଲ ହୋଇ ରଥଯାତ୍ରା ପାଇଁ ଦାବି କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.