ETV Bharat / state

ବୁଦାମୂଳରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର; ପରିଚୟ ଅସ୍ପଷ୍ଟ

author img

By

Published : Jul 9, 2023, 11:57 AM IST

ବୁଦାମୂଳରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର । ବୃଦ୍ଧାଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ । ତଦନ୍ତ କରୁଛି ପୋଲିସ । ଅଧିକ ପଢ଼ନ୍ତୁ

ବୁଦାରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର
ବୁଦାରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର
ବୁଦାମୂଳରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର

ବାରିପଦା: ବୁଦାମୂଳରୁ ମିଳିଲା ବୃଦ୍ଧାଙ୍କ ଗଳିତ ମୃତଦେହ । ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ କଚେରୀ ପରିବା ବଜାର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ବଜାର ନିକଟରେ ଏକ ପୋଖରୀ କଡରେ ଥିବା ବୁଦା ଭିତରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ସଢି ଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି । ଏମିତିକି ମୃତକଙ୍କ ପରିଚୟ ମଧ୍ୟ ଜଣାପଡିନି ।

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନ ପାଖାପାଖି ୧୧ଟା ସମୟରେ ଝିଞ୍ଜିରି ପୋଖରୀ ନିକଟସ୍ଥ ପରିବା ମାର୍କେଟରେ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପାଇଁ ଆଖପାଖ ସ୍ଥାନରେ ଖୋଜାଖୋଜି କରିଥିଲେ । ତେବେ ବହୁତ ଖୋଜାଖୋଜି କରିବା ପରେ ପୋଖରୀ କଡ଼ରେ ଥିବା ବୁଦା ଭିତରେ ଏକ ଗଳିତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଘଟଣା ସମ୍ପର୍କରେ ବାରିପଦା ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଅଧିକ ତଦନ୍ତ ପାଇଁ ବାରିପଦା ସ୍ଥିତ ସାଇଣ୍ଟିଫିକ ଟିମକୁ ଡ଼କାଇ ଥିଲେ । ଏହାପରେ ବୃଦ୍ଧଙ୍କ ମୃତଦେହକୁ ଉଦ୍ଧାର କରାଯିବା ସହିତ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠା ଯାଇଥିଲା ।

ଏ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଦୁଇ ଦିନରୁ ଅଧିକ ହେବ ମୃତଦେହଟି ସେଠାରେ ପଡି ରହିଥିବା ପୋଲିସ ଅନୁମାନ କରୁଛି । ତେବେ ବୃଦ୍ଧାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଛନ୍ତି ନା ଆଉ କ'ଣ ରହିଛି ମୃତ୍ୟୁ ପଛର କାରଣ, ସେ ସବୁ ଦିଗରୁ ତଦନ୍ତ ଜାରି ରଖିଛି ବାରିପଦା ଟାଉନ ଥାନା ପୋଲିସ । ଅନ୍ୟପଟେ ମୃତ ବୃଦ୍ଧାଙ୍କ ପରିଚୟ ମଧ୍ୟ ମିଳି ପାରିନାହିଁ । ତେବେ ମୃତକଙ୍କ ପରିଚୟ ମିଳିବା ପରେ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ସୂଚନା ଦେଇଛନ୍ତି ବାରିପଦା ଏସଡିପିଓ ପ୍ରକାଶ ଜେମ୍ସ ଟୋପ୍ପୋ ।

ଏସଡିପିଓ କହିଛନ୍ତି, ''ବୃଦ୍ଧଙ୍କ ମୃତ୍ୟୁ କିପରି ଘଟିଛି ତାହା ଅସ୍ପଷ୍ଟ ରହିଛି । ଏନେଇ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ବୃଦ୍ଧଙ୍କ ପରିଚୟ ଖୋଜିବା ପାଇଁ ଉଦ୍ୟମ କରାଯାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଦନ୍ତ କରାଯିବ ।''

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.