ETV Bharat / state

ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ - dead body found

ଝରାଡିହି ହାଟ ପରିସରରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Nov 24, 2019, 1:40 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଝରାଡିହି ହାଟ ପରିସରରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧଙ୍କ ଆନୁମାନିକ ବୟସ ପ୍ରାୟ ୬୦ ରୁ ୬୫ ବର୍ଷ ମଧ୍ୟରେ ହୋଇଥିବାର ଅନୁମାନ କରାଯାଉଛି।

ଶୁକ୍ରବାର ଅପରାହ୍ନ ପାଖାପାଖି ୪ଟା ସମୟରେ ତାଙ୍କ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଝରାଡିହି ଫାଣ୍ଡିରେ ସୂଚନା ଦେଇଥିଲେ । ଫାଣ୍ଡି ଅଧିକାରୀ ଅନୁପସ୍ଥିତ ଥିବାରୁ ମୃତଦେହ ଉଦ୍ଧାର ହୋଇ ପାରିନଥିଲା । ଶନିବାର ସକାଳ ୯ ଟାରେ ତିରିଂ ପୋଲିସ ଦ୍ବାରା ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ବୃଦ୍ଧଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଝରାଡିହି ବଜାରର ବିଭିନ୍ନ ଜଳଖିଆ ଦୋକାନରେ କାମ କରି ଗୁଜୁରାଣ ମେଣ୍ଟାଉଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ତେବେ ଏଠାରେ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦୀର୍ଘ ୧୬ ଘଣ୍ଟା ରୁ ଊର୍ଦ୍ଧ୍ବ ମୃତଦେହ ପଡ଼ିରହିବା ପରେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ । ମୃତଦେହ ଉଦ୍ଧାର ବେଳେ ସ୍ଥାନୀୟ ସରପଞ୍ଚ, ବଣିକ ସଂଘ ଓ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିବାର ଦେଖିବାକୁ ମିଳିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଝରାଡିହି ହାଟ ପରିସରରୁ ଜନୈକ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ବୃଦ୍ଧଙ୍କ ପରିଚୟ ମିଳିପାରି ନଥିବା ବେଳେ ସେ ଝରାଡିହି ବଜାରର ବିଭିନ୍ନ ଜଳଖିଆ ଦୋକାନରେ କାମ କରି ଗୁଜୁରାଣ ମେଣ୍ଟାଉଥିବା ସହିତ ହାଟ ପରିସରରେ ରାତ୍ରୀଯାପନ କରୁଥିବାର ଜଣାପଡିଛି। ମୃତ ବୃଦ୍ଧଙ୍କ ଆନୁମାନିକ ବୟସ ପ୍ରାୟ ୬୦ ରୁ ୬୫ ବର୍ଷ ହୋଇଥିବାର ଅନୁମାନ କରାଯାଉଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଗତକାଲି ଅପରାହ୍ନ ପାଖାପାଖି ୪.୩୦ ସମୟ ବେଳକୁ ତାଙ୍କ ମୃତ ଦେହ ପଡ଼ିଥିବାର ଦେଖି ଝରାଡିହି ଫାଣ୍ଡିରେ ସୂଚନା ଦେଇଥିଲେ। ଫାଣ୍ଡି ଅଧିକାରୀ ଅନୁପସ୍ଥିତ ଥିବାରୁ ଶବ ଉଦ୍ଧାର କାର୍ଯ୍ୟ ହୋଇ ପାରିନଥିଲା। ଆଜି ସକାଳ ୯ .୦୦ ଟା ପାଖାପାଖି ତିରିଂ ପୋଲିସ ର ତଦନ୍ତ ପରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିଲା। ତେବେ ଏଠାରେ ପ୍ରଶାସନ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘ ୧୬ ଘଣ୍ଟା ରୁ ଉର୍ଦ୍ଧ୍ବ ଶବ ପଡ଼ିରହିଲା ପରେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ। ଶବ ଉଦ୍ଧାର ବେଳେ ସ୍ଥାନୀୟ ସରପଞ୍ଚ, ବଣିକ ସଂଘ ଓ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିବାର ଦେଖିବାକୁ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.