ETV Bharat / state

ମାଛ ଧରିବାକୁ ଯାଇ ଜଳାଶୟରେ ବୁଡି ବାପପୁଅ ମୃତ

author img

By

Published : May 4, 2020, 12:58 PM IST

ମାଛ ଧରିବାକୁ ଯାଇଥିବା ବେଳେ ଜଳାଶୟରେ ବୁଡି ବାପପୁଅଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନସ୍ଥ ମାଣତ୍ରୀ ଗାଁରେ । ଅଧିକ ପଢନ୍ତୁ...

Dead Body Found in baisinga
ମାଛ ଧରିବାକୁ ଯାଇ ଜଳାଶୟରେ ବୁଡି ବାପାପୁଅ ମୃତ

ବାରିପଦା: ମାଛ ଧରିବାକୁ ଯାଇଥିବା ବେଳେ ଜଳାଶୟରେ ବୁଡି ବାପପୁଅଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନସ୍ଥ ମାଣତ୍ରୀ ଗାଁରେ । ବାପପୁଅ ରବିବାର ଠାରୁ ମାଛ ଧରିବାକୁ ଯାଇ ନିଖୋଜ ଥିଲେ । ସୋମବାର ଉଭୟଙ୍କ ମୃତଦେହ ଜଳାଶୟରୁ ଉଦ୍ଧାର ହୋଇଛି । ବୈଶିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ଦ୍ବୟ ମାଣତ୍ରୀ ଗାଁର ଗଣେଶ୍ବର ଦେହୁରୀ(୩୪) ଓ ତାଙ୍କ ୮ବର୍ଷର ପୁଅ ବୋଲି ଜଣାପଡିଛି ।

dead-body-found-in-baisinga
ମାଛ ଧରିବାକୁ ଯାଇ ଜଳାଶୟରେ ବୁଡି ବାପପୁଅ ମୃତ

ସୂଚନାଯୋଗ୍ୟ, ଗଣେଶ୍ବର ଦେହୁରୀ(୩୪) ଜଣେ ବସ ଚାଳକ । ଲକଡାଉନ ଯୋଗୁଁ ରୋଜଗାର ବନ୍ଦ ହୋଇଥିବା ବେଳେ ରବିବାର ମାଛ ଧରିବାକୁ ସାନପୁଅ ସହିତ ଜାଲ ନେଇ ମାଣତ୍ରୀ ଶିବମନ୍ଦିର ସଂଲଗ୍ନ ଜଳାଶୟକୁ ଯାଇଥିଲେ । ତେବେ ଘରକୁ ନ ଫେରିବାରୁ ସମସ୍ତେ ଖୋଜାଖୋଜି ଆରମ୍ଭ କରିଥିଲେ । ମନ୍ଦିର ପାଖରେ ବାଇକ ମିଳିଥିବା ବେଳେ ଡିକିରେ ମୋବାଇଲ ଫୋନ ଥିଲା । ହେଲେ ବାପପୁଅଙ୍କ ପତ୍ତା ମିଳି ନ ଥିଲା ।

ଏ ସମ୍ପର୍କରେ ଖବର ପାଇ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହିତ ରାତିସାରା ପାଣିରେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ସନ୍ଧାନ ପାଇନଥିଲେ । ହେଲେ ସୋମବାର ବାପପୁଅଙ୍କ ଚପଲ ଭାସୁଥିବା ଦେଖି ସେହିସ୍ଥାନରେ ବୁଡି ଉଭୟଙ୍କୁ ଉଦ୍ଧାର କରିଛନ୍ତି । ପରସ୍ପରକୁ ଧରିଥିବା ଅବସ୍ଥାରେ ଉଭୟ ବାପାପୁଅଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.